ଭବାନୀପାଟଣା: କୃଷି ଓ କୃଷକର କଲ୍ୟାଣ ପାଇଁ ଅଣାଯାଇଥିବା କୃଷି ଆଇନକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନୂତନ କୃଷି ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା।
କୃଷି ବିଲ ସହ ମଣ୍ଡି ଚାଲ ଅଭିଯାନ ନେଇ କଳାହାଣ୍ଡି ବିଜେପିର ସାମ୍ବାଦିକ ସମ୍ମିଳନୀ - Mandi Chal campaign Kalahandi BJP
କୃଷି ଓ କୃଷକର କଲ୍ୟାଣ ପାଇଁ ଅଣାଯାଇଥିବା କୃଷି ଆଇନକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...
ଏହି ସମ୍ମିଳନୀରେ ସାଂସଦ ବସନ୍ତ ପଣ୍ଡା କହିଥିଲେ ଯେ, ଏହି ଆଇନ ଦ୍ୱାରା ଚାଷୀ ପାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । କେନ୍ଦ୍ର ସରକାର ଏହି ବିଧେୟକ ଆଣିବାର ୨୪ ଘଣ୍ଟା ମଧ୍ୟରେ ଗହମ ସମେତ ୬ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି । ଏହି ଆଇନ ଦ୍ୱାରା ୨୦୨୨ ସୁଦ୍ଧା କୃଷକ ତାର ଆୟକୁ ନିଶ୍ଚୟ ଦ୍ଵିଗୁଣିତ କରିବା ସହ ଏହି ଆଇନ କୃଷକଙ୍କୁ ମଧ୍ୟସ୍ଥି ମାନଙ୍କ ଦାଉରୁ ରକ୍ଷା କରିବ। କାରଣ କୃଷକ ଓ ଖାଉଟି ମଧ୍ୟରେ ମଧ୍ୟସ୍ଥି ଭାବରେ ରହୁଥିବା ବ୍ୟକ୍ତିମାନେ କୃଷି ଉତ୍ପାଦନରୁ ଲାଭବାନ ହେଉଥିବାବେଳେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି। କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ ଟଙ୍କା ଦେଉଥିବାବେଳେ ମଣ୍ଡିରେ ୩ରୁ ୮ କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଛି ସେ କହିଥିଲେ ।
ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ ମାଧ୍ୟମରେ ଓଡ଼ିଶାର ସମସ୍ତ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରତ୍ୟେକ ମଣ୍ଡିରେ କୃଷକ ପଞ୍ଚାୟତ ଆୟୋଜନ କରିବା ସହ ନୂତନ କୃଷି ନୀତି ସପକ୍ଷରେ ଚାଷୀଙ୍କୁ ଅବଗତ କରିବ ବୋଲି ସାଂସଦ ପ୍ରକାଶ କରିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ