ଭବାନୀପାଟଣା:ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା କଳାହାଣ୍ଡି ବିଜେପି ଅଭିଯୋଗ କରିଛି । ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରି ସଂରକ୍ଷଣରୁ ଓବିସିଙ୍କୁ ବଞ୍ଚିତ କରାଯାଇଥିବା କଥା କହିଛି ବିଜେପି । ରାଜ୍ୟରେ ଓବିସି ବର୍ଗଙ୍କ ଜନସଂଖ୍ୟା ୫୪ ପ୍ରତିଶତ ରହିଥିବା ବେଳେ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ରାଜ୍ୟ ସରକାର ତାହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।
ଓବିସିଙ୍କ ପ୍ରତି ସଂରକ୍ଷଣ ଉପେକ୍ଷା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ କୋକସରା ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଯଥାଶୀଘ୍ର ରାଜ୍ୟ ସରକାର ଓବିସି ବର୍ଗ ସଂରକ୍ଷଣ କୁନେଇ କୌଣସି ସଂଶୋଧନ ନକରନ୍ତି ତାହେଲେ ଆଗକୁ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି କର୍ମୀ ।