ଓଡିଶା

odisha

ETV Bharat / state

ସାଇନିଂ କଳାହାଣ୍ଡି ପାଇଁ କ୍ଷମା ମାଗିଲା ବିଜେଡି - ବିଜେଡିକୁ ଫସେଇ ଦେଲା ସାଇନିଂ

ଗତ ୨୬ ତାରିଖ ଦିନ ସାଇନିଂ କଳାହାଣ୍ଡିର ଅଧକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଭାବନୀ ଶଙ୍କର ନିଆଲ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ଜନ ସଂସଦ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ କଲେଜ ଛକ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା । ଅଧିକ ପଢନ୍ତୁ

ସାଇନିଂ କଳାହାଣ୍ଡି ପାଇଁ କ୍ଷମା ପ୍ରାର୍ଥନା କଲା ଜିଲ୍ଲା ବିଜେଡି
ସାଇନିଂ କଳାହାଣ୍ଡି ପାଇଁ କ୍ଷମା ପ୍ରାର୍ଥନା କଲା ଜିଲ୍ଲା ବିଜେଡି

By

Published : Apr 8, 2023, 7:45 PM IST

ସାଇନିଂ କଳାହାଣ୍ଡି ପାଇଁ କ୍ଷମା ପ୍ରାର୍ଥନା କଲା ଜିଲ୍ଲା ବିଜେଡି

ଭବାନୀପାଟଣା: ସାଇନିଂର ମାଇନିଂ ପ୍ରସଙ୍ଗ । ଶେଷରେ କ୍ଷମା ପ୍ରାର୍ଥନା କଲା ଜିଲ୍ଲା ବିଜେଡି । ଘଟଣାଟି ଏବେ ଯେତିକି ଚର୍ଚ୍ଚିତ ସେତିକି ସନ୍ଦେହରେ ରହିଛି । ଗତ ୨୬ ତାରିଖ ଦିନ ସାଇନିଂ କଳାହାଣ୍ଡିର ପକ୍ଷରୁ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଭାବନୀ ଶଙ୍କର ନିଆଲ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ଜନ ସଂସଦ କାର୍ଯ୍ୟକ୍ରମ କରିଥିଲେ । ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ ଶୋଭାଯାତ୍ରା ହୋଇଥିଲା । ସାଇନିଂ କଳାହାଣ୍ଡିର ଏହି ଦାବି ଏବେ ବିଜେଡିକୁ ଫସାଇ ଦେଇଛି ।

ଘଟଣା ଅନୁସାରେ ଗତ ୨୬ ତାରିଖ ଦିନ ସାଇନିଂ କଳାହାଣ୍ଡିର ଅଧକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଭାବନୀ ଶଙ୍କର ନିଆଲ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ଜନ ସଂସଦ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀକୁ ଖଣି ଲିଜ ଦେବା ଦାବିରେ କଲେଜ ଛକ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା । ପରେ ଟାଉନ ହଲ ଠାରେ ଜନ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜିଲ୍ଲା ବିଜେଡିର ବରିଷ୍ଠ ନେତା ନେତ୍ରୀ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ସାଇନିଂ କଳାହାଣ୍ଡିର ଦାବିକୁ ନେଇ ସାରା ଜିଲ୍ଲାରେ ବିରୋଧର ସ୍ବର ଉଠିବା ସହ ସୋସିଆଲ ମିଡିଆରେ ଲୋକେ ବିଜେଡିକୁ ଘେରିବାରେ ଲାଗିଲେ । ସାଇନିଂ କଳାହାଣ୍ଡି ଦାବି ସହ ଜିଲ୍ଲାବାସୀ ଏକମତ ନଥିବାରୁ ବିରୋଧ ବଢିବାରେ ଲାଗିଲା । ଫଳରେ ଜିଲ୍ଲା ବିଜେଡିର ଭୂମିକାକୁ ନେଇ ସନ୍ଦେହ ବଢିଲା । ସ୍ଥିତି ଗମ୍ଭୀର ହେଉଥିବା ଦେଖି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ସାଇନିଂ କଳହାଣ୍ଡି ଅଧ୍ୟକ୍ଷ ଭବାନୀଶଙ୍କର ନିଆଁଲଙ୍କୁ କାରଣ ଦର୍ଶାଅ ନୋଟି ଜାରି କରିଛନ୍ତି । 7 ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଜିଲ୍ଲା ବିଜେଡି ପକ୍ଷରୁ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ବି ଆୟୋଜିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସାଇନିଂ କଳହାଣ୍ଡି କରିଥିବା ଦାବିକୁ ବିଜେଡି ବ୍ୟକ୍ତିଗତ କହିଛି । ଏନେଇ ଜିଲ୍ଲା ବିଜେଡି ସମ୍ପାଦକ ଭବାନୀଶଙ୍କର ମିଶ୍ର କହିଛନ୍ତି ‘‘ ସାଇନିଂ କଳାହାଣ୍ଡି ସଂଗଠନ ସହ ବିଜେଡିର କୌଣସି ସମ୍ପର୍କ ନାହିଁ । ସଂଗଠନର ଅଧ୍ୟକ୍ଷ କଳାହାଣ୍ଡିରେ ଶିଳ୍ପର ବିକାଶ, ଶିକ୍ଷାର ବିକାଶ ହେଲେ ଆଦିବାସୀଙ୍କ ବିକାଶ ହେବ ବୋଲି ଜନସଂସଦ କାର୍ଯ୍ୟକ୍ରମ ଆୟୋଜିତ କରୁଥିବା ସୂଚନା ଦେଇଥିଲେ । କିନ୍ତୁ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏହା ଏକ ଘରୋଇ କମ୍ପାନିକୁ ଖଣି ଲିଜ ଦେବା ସମ୍ବନ୍ଧରେ ପଦଯାତ୍ରା ଆୟୋଜନ କରାଯାଇଥିବା ଜଣାପଡ଼ିଥିଲା ।

ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ବିଜେଡିର ଏହି ସଂଗଠନ ସହ କୌଣସି ସମ୍ପର୍କ ନାହିଁ । ରାଜ୍ୟ କିମ୍ବା ଦଳୀୟ ନେତାଙ୍କୁ କାର୍ଯ୍ୟକ୍ରମ ବିଷୟ ନ ଜଣାଇ ଆୟୋଜନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆଦିବାସୀ ମାନଙ୍କ ଭାବନାକୁ କୁଠାରଘାତ କରିଛି । ଆଦିବାସୀ ମାନଙ୍କ ପ୍ରତି ବିଜୁ ଜନତା ଦଳର ଯଥେଷ୍ଟ ସମ୍ମାନ ରହିଥିବା ବେଳେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆମ୍ଭେ ଆଦିବାସୀଙ୍କ ବିରୋଧରେ ଜଡ଼ିତ ନାହୁଁ। ଆଗାମୀଦିନରେ ମଧ୍ୟ ଜଡ଼ିତ ହେବୁ ନାହିଁ । କଳାହାଣ୍ଡିର ସମସ୍ତ ଆଦିବାସୀ ସମ୍ପ୍ରଦାୟ ତଥା ନିୟମଗିରି ସପକ୍ଷରେ ଥିବା ସମସ୍ତ ସଂଗଠନକୁ ବିଜେଡି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କଳାହାଣ୍ଡି, ଅନେକ ନଦୀ ନାଳ ଝରଣାକୁ ନେଇ ପରିଚିତ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଭରି ରହିଛି ଖଣିଜ ସମ୍ପଦ । ଆଉ ଏହି ଖଣିଜ ସମ୍ପଦ ଉପରେ ପଡ଼ିଛି ଏବେ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ନଜର । ୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ । ହେଲେ ଖଣି ଖନନ ପାଇଁ ନିୟମଗିରି ଉପରେ ନଜର ପକାଇଥିଲା ବେଦାନ୍ତ କମ୍ପାନୀ । ହେଲେ ସେହି ସମୟରେ କମ୍ପାନୀକୁ ନିରାଶ ନିରାଶ ହେବାକୁ ପଡିଥିଲା । କାରଣ ନିୟମଗିରି ପାହାଡ଼ରେ ବସବାସ କରିଥିବା ୧୨ ପଦର ଅଧିବାସୀ ନିୟମଗିରିକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଥିଲେ । ନିୟମଗିରି ସୁରକ୍ଷା ସମିତି ଆନ୍ଦୋଳନ ପୂର୍ବକ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲା।

ଆଉ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିୟମଗିରି ସୁରକ୍ଷା ସମିତିର ସପକ୍ଷରେ ଯାଇ ଖଣି ଖନନ ଆବେଦନକୁ ରଦ୍ଦ କରିବା ସହ ନିୟମଗିରିରେ ଖଣି ଖନନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ । ଏବେ ବେଦାନ୍ତର ନଜର ଜିଲ୍ଲାର ଅନ୍ୟ ବକ୍ସାଇଟ ଖଣି ଉପରେ ପଡିଛି । ଗୋଟିଏ ପଟେ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବିକାଶ ହେବ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖୁଥିବା ବେଳେ ସେହି ପାହାଡ଼ରେ ଉପରେ ବସବାସ କରୁଥିବା ଅଧିବାସୀ ଏହାକୁ ବିରୋଧ କରିବାକୁ ଲାଗିଲେଣି ।

ଇଟିଭି ଭାରତ, କଳହାଣ୍ଡି

ABOUT THE AUTHOR

...view details