ଓଡିଶା

odisha

ଭବାନୀପାଟଣା ସହରରେ ପୋଲିସର କଡ଼ା ଚେକିଙ୍ଗ୍

By

Published : May 30, 2021, 10:52 PM IST

ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଲକଡାଉନ ଅବଧିକୁ ଜୁନ୍ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯାହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ଭବାନୀପାଟଣା ସହରରେ ପୋଲିସର କଡ଼ା ଚେକିଙ୍ଗ୍
ଭବାନୀପାଟଣା ସହରରେ ପୋଲିସର କଡ଼ା ଚେକିଙ୍ଗ୍

ଭବାନୀପାଟଣା: ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଲକଡାଉନ ଅବଧିକୁ ଜୁନ୍ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯାହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ।

ଭବାନୀପାଟଣା ସହରରେ ପୋଲିସର କଡ଼ା ଚେକିଙ୍ଗ୍

ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଭବାନୀପାଟଣା ସହରରେ ଚେକିଙ୍ଗକୁ କଡାକଡି କରାଯାଇଛି । ସହର ଗଳିକନ୍ଦିରେ ପୋଲିସ ପ୍ରହରା ଦେବା ସହ ସହର ମଧ୍ୟରେ ଥିବା ଘୋଡାଘାଟ ଛକ, ମାଣିକେଶ୍ବରୀ ଛକ, କଲେଜ ଛକ ଆଦି ସ୍ଥାନରେ ଚେକିଙ୍ଗକୁ ଜୋରଦାର କରିଛି ପୋଲିସ।

ଖୋଦ ଜିଲ୍ଲା ଏସପି ଏହାର ତଦାରଖ କରୁଥିବା ଦେଖିବାକୁ ମିଳିଛି । ଲକଡାଉନ ସମୟରେ ବିନା କାରଣରେ ବାହାରକୁ ବାହାରୁଥିବା ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରୁଛି ପୋଲିସ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details