ଓଡିଶା

odisha

ETV Bharat / state

କୋରୋନା କଟକଣାରେ ସୌନ୍ଦର୍ଯ୍ୟ ହରାଇଛି ବ୍ୟୁଟିସିଆନଙ୍କ ବେପାର - କୋରୋନା କଟକଣା

ଅନ୍ୟର ଚେହେରା ସଜାଡି ତା ମୁହଁରେ ହସ ଫୁଟାଉଥିବା ଲୋକ ଆଜି ନିଜେ ଦୁଃଖରେ ସମୟ କାଟୁଛି । ଲାକଡାଉନରେ କଳାହାଣ୍ଡି ଜିଲ୍ଲାର ବହୁତ ଲୋକ ନିଜ ଜୀବିକାରେ ସହିଛନ୍ତି କ୍ଷତି ଆଉ ଏ ମାନଙ୍କ ମଧ୍ୟରେ ରହିଛନ୍ତି ବିୟୁଟି ପାର୍ଲର କର୍ମଚାରୀ । ଅଧିକ ପଢନ୍ତୁ...

kalahandi beauty parlour bussieness
kalahandi beauty parlour bussieness

By

Published : Oct 8, 2020, 10:55 PM IST

କଳାହାଣ୍ଡି: ଅନ୍ୟର ସୌନ୍ଦର୍ଯ୍ୟ ବଢ଼ାଉଥିବା ଲୋକ ଆଜି ନିଜ ସୌନ୍ଦର୍ଯ୍ୟ ହରାଇବାର ଆଶଙ୍କାରେ ରହିଛି। ଅନ୍ୟର ଚେହେରା ସଜାଡି ତା ମୁହଁରେ ହସ ଫୁଟାଉଥିବା ଲୋକ ଆଜି ନିଜେ ଦୁଃଖରେ ସମୟ କାଟୁଛି।
ଲାକଡାଉନରେ କଳାହାଣ୍ଡି ଜିଲ୍ଲାର ବହୁତ ଲୋକ ନିଜ ଜୀବିକାରେ ସହିଛନ୍ତି କ୍ଷତି ଆଉ ଏ ମାନଙ୍କ ମଧ୍ୟରେ ରହିଛନ୍ତି ବିୟୁଟି ପାର୍ଲର କର୍ମଚାରୀ। ଭବାନୀପାଟଣା ସହରେ ୫୦ ରୁ ଉର୍ଦ୍ଧ୍ବ ପାର୍ଲର ରହିଥିବା ବେଳେ ସମଗ୍ର ଜିଲ୍ଲାରେ ରହିଛି ୧୦୦ ରୁ ଉର୍ଦ୍ଧ ପାର୍ଲର । ଏଥିରେ କାମ କରନ୍ତି ୪ ଶହ ରୁ ଉର୍ଦ୍ଧ କର୍ମଚାରୀ । ୮୦ ପ୍ରତିଶତ କର୍ମଚାରୀଙ୍କ ରୋଜଗାର ଉପରେ ସେମାନଙ୍କ ପରିବାର ନିର୍ଭରଶୀଳ ।

କୋରୋନା କଟକଣା ସୌନ୍ଦର୍ଯ୍ୟ ହରାଇଛି ବ୍ୟୁଟିସିଆନଙ୍କ ବେପାର
ହେଲେ ଏମାନଙ୍କ ଗୁଜୁରାଣରେ ତାଲା ପକାଇଛି ଲାକଡାଉନ । ବେପାର ବନ୍ଦ ହେବା ସହ ଦେଖାଦେଇଛି ଅର୍ଥାଭାବ । ଘରେ ଜଳୁନି ଚୁଲି । ଓଳିଏ ଖାଇଲେ ଆର ଓଳି କଥା ଭାବିବାକୁ ପଡୁଛି । ପିଲାଙ୍କ ପାଠପଢ଼ାରେ ଦେଖା ଦେଇଛି ସମସ୍ୟା । ଅର୍ଥାଭାବ ଯୋଗୁଁ ବଜାର ସଉଦା କିଣିବାରେ ଅକ୍ଷମ । ପରିସ୍ଥିତି ଯେପରି ବେପାର ଜମିବା ବେଳକୁ ଲାଗିଯିବ ଆହୁରି କିଛି ମାସ । ବର୍ତ୍ତମାନ ସହ ଭବିଷ୍ୟତ ମଧ୍ୟ ଅନ୍ଧାର । ଏପରି ସ୍ଥିତିରେ କଣ କରିବେ ସେନେଇ ଚିନ୍ତାରେ କର୍ମଚାରୀ । କେବଳ କର୍ମଚାରୀ ନୁହନ୍ତି ପାର୍ଲର ମାଲିକ ମଧ୍ୟ କ୍ଷତିଗ୍ରସ୍ତ । ନିଜ କର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି ମାଲିକ । ଘର ଭଡା ଓ ଇଲେକ୍ଟ୍ରିସିଟି ଦେବାରେ ଅସମର୍ଥ । ବିବାହ ଋତୁରେ ଦି ପଇସା ରୋଜଗାରର ଲକ୍ଷ ରଖିଥିଲେ। କିନ୍ତୁ ସବୁ ବିଗାଡି ଦେଲା କୋରୋନା । ସେପଟେ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବିୟୁଟିସିଆନ ଆସୋସିଏସନ । ସମସ୍ତଙ୍କୁ ସହାୟତାର ହାତ ବଢ଼ାଉଥିବା ସରକାରଙ୍କୁ ଏବେ ଏମାନେ ମାଗିଛନ୍ତି ସାହାଯ୍ୟ।ଯଦିଓ ଲାକଡାଉନ କୋହଳ ହେଲାଣି,କିନ୍ତୁ ପରିସ୍ଥିତି ସ୍ୱାଭାବିକ ହେବକୁ ଲାଗିଯିବ ଅନେକ ଦିନ । ଲୋକେ ଏବେ ଘରୁ ବାହାରିବାକୁ ଡରିବେ। ଯାହାର ପ୍ରଭାବ ସିଧାସଳଖ ବିୟୁଟି ପାର୍ଲରଙ୍କ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details