ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ

କୋରୋନା ମୁକାବିଲା ନେଇ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଅଧିକ ପଢନ୍ତୁ...

Kalahandi administration is ready to face Corona
କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ

By

Published : Mar 30, 2020, 11:20 PM IST

କଳାହାଣ୍ଡି: ବର୍ତ୍ତମାନ ଧୀରେ ଧୀରେ ସମଗ୍ର ବିଶ୍ୱକୁ କୋରୋନାର କଳା ବାଦଲ ବ୍ୟାପିବାରେ ଲାଗିଛି । ଏହି କୋଭିଡ-୧୯ ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ।

କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ

ପଞ୍ଚାୟତ ବ୍ଲକ ଏନଏସି ଓ ମୁନିସିପାଲଟି ସ୍ତରରେ କୋରୋନା ମୁକାବିଲା ପାଇଁ ସବୁ ପ୍ରସ୍ତୁତ କରାଯାଥିବା ବେଳେ ଜିଲ୍ଲାର ବାନ୍ଦୋପଲା ସ୍ଥିତ ସରକାରୀ ଇଂଜିନିୟରିଂ କଲେଜକୁ କୋରୋନା ହସ୍ପିଟାଲ ରୂପେ ପ୍ରସ୍ତୁତ କରାଯାଇଛି। ଜିଲ୍ଲାର ବିଭିନ୍ନ ସିଏଚସି ଓ ପିଏଚସିକୁ ଆଜି ମାସ୍କ ସାନିଟାଇଜର ଓ ବିଶୋଧନ ସାମଗ୍ରୀ ବଣ୍ଟନ ହୋଇଥିବା ବେଳେ କୋରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ୪୮ଟି ରାପିଡିରେସପନ୍ସ ଟିମ ଗଠନ କରାଯାଇଛି।

କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ କଳାହାଣ୍ଡି ପ୍ରଶାସନ

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୩ଟି କୋରୋନା ସନ୍ଧିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details