ଓଡିଶା

odisha

ETV Bharat / state

କ୍ୟାଡର ରୁଲ ଲାଗୁ ଦାବିରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି କନିଷ୍ଠ କିରାଣୀ ସଙ୍ଘ - କନିଷ୍ଠ କିରାଣୀମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ

ଭବାନୀପାଟଣା ଠାରେ କନିଷ୍ଠ କିରାଣୀ ସଙ୍ଘର ବୈଠକ ଅନୁଷ୍ଠିତ । ବୈଠକରେ ରାଜ୍ୟର ୧୫ ଜିଲ୍ଲାରେ ଥିବା କନିଷ୍ଠ କିରାଣୀ ସଂଘର ପ୍ରତିନିଧି ଯୋଗ ଦେଇଥିଲେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ କନିଷ୍ଠ କିରାଣୀମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ । କ୍ୟାଡର ରୁଲ ଲାଗୁ କରିବା ଦାବିରେ ଆନ୍ଦୋଳନ କରିବ ସଙ୍ଘ । ଅଧିକ ପଢ଼ନ୍ତୁ

କେଡର ରୁଲ ଲାଗୁ ଦାବିରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି କନିଷ୍ଠ କିରାଣୀ ସଙ୍ଘ
କେଡର ରୁଲ ଲାଗୁ ଦାବିରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି କନିଷ୍ଠ କିରାଣୀ ସଙ୍ଘ

By

Published : Oct 24, 2022, 9:48 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ କନିଷ୍ଠ କିରାଣୀ ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଳାହାଣ୍ଡି ସମେତ ରାଜ୍ୟର ୧୫ ଜିଲ୍ଲାରେ ଥିବା କନିଷ୍ଠ କିରାଣୀ ସଂଘର ପ୍ରତିନିଧି ଯୋଗ ଦେଇଥିଲେ । ତେବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ କନିଷ୍ଠ କିରାଣୀମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରି ଆନ୍ଦୋଳନ ପାଇଁ ସଙ୍ଘ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

କେଡର ରୁଲ ଲାଗୁ ଦାବିରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି କନିଷ୍ଠ କିରାଣୀ ସଙ୍ଘ

ଦୀର୍ଘ ବର୍ଷ ଧରି କାମ କରିବା ପରେ ମଧ୍ୟ କ୍ୟାଡର ରୁଲ ଲାଗୁ ନହେବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କନିଷ୍ଠ କିରାଣୀ । ଯାହାକୁ ନେଇ ରବିବାର ରାଜ୍ୟର ୧୫ରୁ ଊର୍ଦ୍ଧ୍ବ ଜିଲ୍ଲାର କନିଷ୍ଠ କିରାଣୀ ସଙ୍ଘର ପ୍ରତିନିଧି ଏକତ୍ରିତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ କନିଷ୍ଠ କିରାଣୀମାନେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସରକାର କ୍ୟାଡର ରୁଲ ଲାଗୁ କରୁନାହାନ୍ତି । ଫଳରେ କନିଷ୍ଠ କିରାଣୀ ମାନଙ୍କ ପଦୋନ୍ନତି ହେଉନାହିଁ । ସ୍ବଳ୍ପ ଦରମାରେ ପରିବାର ପ୍ରତିପୋଷଣ ସମସ୍ୟା ହେଉଥିବା କହିଛି ସଙ୍ଘ ।

ସରକାର କ୍ୟାଡର ରୁଲ ଲାଗୁ କରିବା ପାଇଁ ସମସ୍ତ ଜିଲ୍ଲା ସ୍ତରରେ ପୂର୍ବରୁ ଜିଲ୍ଲାପାଳମାନଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯାହାକୁ ନେଇ ୨୦୨୦ ମସିହା ମାର୍ଚ୍ଚ ୬ ତାରିଖରେ ତାରିଖରେ ରାଜ୍ୟ ସରକାର କ୍ୟାଡର ରୁଲ କାର୍ଯ୍ୟକାରୀ ଓ ପଦୋନ୍ନତି ଦେବା ପାଇଁ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଭାଗୀୟ ଅଧିକାରୀ ମାନେ ବର୍ତ୍ତମାନ ସୁଦ୍ଧା ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଏହାସହ ୨୦୧୯ ମସିହାରେ କନିଷ୍ଠ କିରାଣୀ ପଦବୀକୁ ପରିବର୍ତ୍ତନ କରାଯାଇ କନିଷ୍ଠ ସହାୟକ କରିବା ପାଇଁ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଯାହାକୁ ନେଇ ଏବେ କନିଷ୍ଠ କିରାଣୀ ମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି । ତୁରନ୍ତ ଶୀଘ୍ର ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details