ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ ଜୁନାଗଡ଼ରୁ ଧର୍ମଗଡ଼ ମଧ୍ୟରେ ଯୋଗାଯୋଗ ଠପ ହୋଇଛି । ଜାତୀୟ ରାଜପଥ (୧୩୦ସି) ବଡ଼ବସୁଲ ନିକଟରେ ଥିବା ହାଲେର ନାଳର ଅସ୍ଥାୟୀ ପୋଲ ପ୍ରବଳ ବର୍ଷାରେ ଧୋଇଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟତ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି, ଜୁନାଗଡରୁ ଧର୍ମଗଡ ଯୋଗାଯୋଗ ଠପ - ଜୁନାଗଡରୁ ଧର୍ମଗଡ ଯୋଗାଯୋଗ ଠପ
କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷାରେ ଜୁନାଗଡ଼ରୁ ଧର୍ମଗଡ଼ ମଧ୍ୟରେ ଯାତାୟତ ଠପ । ହାଲେର ଜୋର ଠାରେ ଥିବା ଅସ୍ଥାୟୀ ପୋଲ ପ୍ରବଳ ବର୍ଷାରେ ଧୋଇଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟତ ବନ୍ଦ କରାଯାଇଛି । ଅଧିକ ପଢ଼ନ୍ତୁ
କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ହାଲେର ଜୋର ଠାରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ଚାଲିଛି । ତେବେ ଏଠାରେ ଜନ ସାଧାରଣଙ୍କ ଯାତାୟତ ସୁବିଧା ନିମନ୍ତେ ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ଏହି ଅସ୍ଥାୟୀ ପୋଲ ବାରମ୍ବାର ବର୍ଷାରେ ଧୋଇ ଯିବା ଫଳରେ ଏଠାରେ ୪ ଥର ଏହାକୁ ପୁନଃ ନିର୍ମାଣ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଏହି ଅସ୍ଥାୟୀ ପୋଲ ପୁଣିଥରେ ଧୋଇଯିବାର ଆଶଙ୍କା ଉପୁଜିଛି । ତେଣୁ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଫଳରେ ଜୁନାଗଡ଼ରୁ ଧର୍ମଗଡ଼ ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି ।
ଇଟିଭି ଭାରତ, କଳାହାଣ୍ଡି