କଳାହାଣ୍ଡି: ଜିଲ୍ଲାର ଜୁନାଗଡରେ ହୋଇଥିବା ଦୁଷ୍କର୍ମ ଘଟଣାରେ ନୂଆମୋଡ । ପୋଲିସର ରାଜସାକ୍ଷୀ ଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ଏ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୀଡିତା କହିଛନ୍ତି।
ତାଙ୍କର କହିବା ଅନୁସାରେ, ଦେହ ଅସୁସ୍ଥ ଥିବାରୁ ସେ ଭବାନୀପାଟଣାକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ସେ ବସ ଷ୍ଟାଣ୍ଡକୁ ଆସିଥିଲେ । ଏହା ପରେ ଲଳିତେନ୍ଦ୍ରଙ୍କ ସହ ଦେଖା ହେବାରୁ ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲେ । କିଛି ବାଟ ଗଲା ପରେ ଏକ ଜଙ୍ଗଲ ପାଖରେ ଗାଡିର ଗତିକୁ କମାଇ ଦେଇଥିଲେ ଶବର । ଏହା ପରେ 6 ଜଣ ଯୁବକଙ୍କ ମିଶି ତାଙ୍କୁ ଉଠାଇ ନେଇଥିଲେ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି ଏହାପରେ ସମସ୍ତେ ମିଶି ଗଣଦୁଷ୍କର୍ମ କରିବା ସହ ଏହାର ଭିଡିଓ କରିଥିଲେ । ଏଥିରେ ମୁଖ୍ୟ ଅଭିଯୁକ୍ତ ଶବର ସହିତ ସମସ୍ତ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଦିଆଯାଉ ବୋଲି ପୀଡିତା ଦାବି କରିଛନ୍ତି। ନଚେତ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।
ଗତ କିଛି ତଳେ ଏହି ଘଟଣା ଘଟିବା ପରେ ସମଗ୍ର ଜିଲ୍ଲାର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଯାହାକୁ ନେଇ ପୋଲିସ 8ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଅନ୍ୟପଟେ, ପୀଡିତାଙ୍କ ଅଭିଯୋଗ ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ