କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ରେ ଗଣଦୁଷ୍କର୍ମ ମାମଲା । ପୁଣିଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ । ପୀଡିତା ଲଳିତେନ୍ଦୁ ଶବରଙ୍କୁ ଭାଇରାଲ ଭିଡିଓରେ ମୁଖ୍ୟ ଅଭିଯୁକ୍ତ କହିଥିଲେ । ମାତ୍ର ଲଳିତେନ୍ଦୁ ଦୁଷ୍କର୍ମ କରିଥିବା କଥା ପୀଡିତା ଏତଲାରେ ଦର୍ଶାଇନଥିଲେ । ତେଣୁ ତାଙ୍କୁ ରାଜସାକ୍ଷୀ କରାଯାଇଥିଲା । ଏଥିପାଇଁ ପୀଡିତାଙ୍କ ଭାଇରାଲ ଭିଡିଓ ପରେ ପୁଣି ଥରେ ପୀଡିତାଙ୍କ ଅଭିଯୋଗକୁ ରେକର୍ଡ କରାଯିବ ଓ ତଦନ୍ତ ପରିସର ଭୁକ୍ତ କରାଯିବ । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍ପି ବାତୁଲା ଗଙ୍ଗାଧର ।
ଏହି ଘଟଣା ପରେ ରାଜନୀତି ତେଜିବାରେ ଲାଗିଛି । ବିଜେପି ଅଭିଯୁକ୍ତ ଲଳିତେନ୍ଦୁଙ୍କୁ ଖଲାସ କରିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଦୁଷ୍କର୍ମକାରୀ ସହିତ ରହିଛି ବିଜେଡି ନେତାଙ୍କ ଲିଙ୍କ୍ ରହିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏବେ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ତଦନ୍ତ ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୁବଶୀଘ୍ର ପୀଡିତାକୁ ନ୍ୟାୟ ପ୍ରଦାନ ପାଇଁ ସେ ଦାବି କରିଛନ୍ତି ।