ଓଡିଶା

odisha

ETV Bharat / state

ଜୁନାଗଡା ଗଣଦୁଷ୍କର୍ମ ମାମଲା, ଏବିଭିପି ଟାର୍ଗେଟରେ ଗୃହ ରାଷ୍ଟ୍ରମନ୍ତ୍ରୀ - ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଗିରଫ ହୋଇଛି ଜୁନାଗଡା ଲଜ୍ଜ୍ୟାର ମୁଖ୍ୟ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତକୁ କିଭଳି ରାଜସାକ୍ଷୀ କଲା ବୋଲି ପ୍ରଶ୍ନ ଉଠାଇଲା ଏବିଭିପି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

By

Published : Sep 28, 2019, 11:53 PM IST

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ହେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲଳିତେନ୍ଦ୍ର ଶବରକୁ ଖସେଇ ଦେବା ଉଦ୍ୟମରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରିଛି ଏବିଭିପି । ଆଜି ଏବିଭିପି ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାସହ ମନ୍ତ୍ରୀଙ୍କ ହୀନ ଚକ୍ରାନ୍ତର ଦୃଢ ପ୍ରତିବାଦ କରିଛି ସଂଗଠନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା ଗାନ୍ଧୀ ଛକ ଠାରେ ପ୍ରତିବାଦ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛି ଏବିଭିପି ।

ଏବିଭିପି ଅଭିଯୋଗ କରିଛି ବିଜେଡି ନେତା ପ୍ରମୋଦ ରଥଙ୍କ ଡ୍ରାଇଭର ଥିଲା ମୁଖ୍ୟ ଅଭିଯୁକ୍ତ । ଆଉ ପ୍ରମୋଦ ରଥ ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ ହେଉଥିଲା ବୋଲି ଅଭିଯୋଗ କରିଛି ଏବିଭିପି ।

କଳାହଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details