ଭବାନୀପାଟଣା:ରାଜ୍ୟରେ ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ଏବେ ପୁଣି କଳାହାଣ୍ଡିର ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କ ଉପରେ ଜୁନାଗଡ଼ ଠାରେ ଆକ୍ରମଣ ହୋଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି କଳାହାଣ୍ଡି ସାମ୍ବାଦିକ ସମୂହ । ଏନେଇ ରବିବାର ଜୁନାଗଡ଼ ଠାରେ ବିଶାଳ ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ପ୍ରଶାନ୍ତଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ବିରୋଧ କରିବାସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା ।
ରାଜରାସ୍ତାରେ ଗର୍ଜିଲେ ସାମ୍ବାଦିକ, ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି - ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ରୋକ ଲଗାଯାଉ
କମୁନି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତ୍ୟାଚାର । ନିକଟରେ ଅନେକ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ହୋଇଥିବା ବେଳେ ଏବେ ପୁଣି ଆଉ ଜଣେ ସାମ୍ବାଦିକଙ୍କ ଉପରେ ହୋଇଛି ଆକ୍ରମଣ । ଏହାକୁ ନେଇ ଗର୍ଜିଛି ସାମ୍ବାଦିକ ସଂଘ । ଅଧିକ ପଢ଼ନ୍ତୁ
ରାଜରାସ୍ତାରେ ଗର୍ଜିଲେ ସାମ୍ବାଦିକ, ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି
ରାଜରାସ୍ତାରେ ଗର୍ଜିଲେ ସାମ୍ବାଦିକ, ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି
ଏହାପରେ ଜୁନାଗଡ଼ ସାମ୍ବାଦିକ ସଂଘର ଡାକରାରେ ଜିଲ୍ଲାର ୧୩ଟି ବ୍ଲକରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଲଙ୍କେଶ୍ଵରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସଂସ୍କୃତି ଭବନରେ ପହଞ୍ଚିଥିଲେ । ସେଠାରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୁନାଗଡ଼ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକଙ୍କ ବୀମାରାଶି ୨ ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି, ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି କଳାହାଣ୍ଡି ସାମ୍ବାଦିକ ସମୂହ ।
ଇଟିଭି ଭାରତ, କଳାହାଣ୍ଡି