ଓଡିଶା

odisha

ETV Bharat / state

ଅଲବିଦା ଅସଲମ - ସାମ୍ବାଦିକ ଅସଲମଙ୍କ ବିୟୋଗ

ସ୍ବର୍ଗତ ଅସଲମଙ୍କ ଶେଷକୃତ୍ୟ ଭବାନୀପାଟଣା ସହର ଉପକଣ୍ଠରେ ଥିବା କବରିସ୍ତାନରେ ସମ୍ପନ୍ନ । ଅଧିକ ପଢନ୍ତୁ

ସାମ୍ବାଦିକ ଅସଲମଙ୍କ ଅକାଳ ବିୟୋଗ
ସାମ୍ବାଦିକ ଅସଲମଙ୍କ ଅକାଳ ବିୟୋଗ

By

Published : Dec 10, 2021, 9:47 PM IST

ଭବାନୀପାଟଣା : ସାମ୍ବାଦିକ ଜଗତର ଜଣେ ଚର୍ଚ୍ଚିତ ନିର୍ଭୀକ ଚେହେରା । ଯିଏକି ସାଧାରଣ ଲୋକଙ୍କ ସମସ୍ୟାର କଥା ହେଉ ଅବା ଆଦିବାସୀଙ୍କ ହକର କଥାକୁ ଅତି ନିଖୁଣ ଭାବରେ ଉପସ୍ଥାପନ କରୁଥିଳଏ । ଅନେକ ନିର୍ଭିକ ସାମ୍ବାଦିକ ଗଠନ କ୍ଷେତ୍ରର ଜଣେ ବିନ୍ଧାଣି । ଯାହାଙ୍କ ଅକାଳ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ସାମ୍ବାଦିକ ଅସଲମଙ୍କ ଅକାଳ ବିୟୋଗ

ଗତ ମଙ୍ଗଳବାର ଦିନ ବ୍ରେନଷ୍ଟ୍ରୋକର ଶିକାର ହୋଇଥିଲେ ଅସଲମ । ପ୍ରଥମେ କଳାହାଣ୍ଡି ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା।

ଆଜି(ଶୁକ୍ରବାର) ଅସଲମଙ୍କ ମରଶରୀର ନିଜ ଜନ୍ମମାଟିକୁ ଅଣା ଯାଇଥିଲା। ଆଉ ଅସଲମଙ୍କ ଶେଷ ଦର୍ଶନ ପାଇଁ ଭିଡ ଜମିଥିଲା ।

ଶେଷ ଦର୍ଶନ ପରେ ସ୍ବର୍ଗତ ଅସଲମଙ୍କ ମରଶରୀର ଶୋଭାଯାତ୍ରାରେ ବାହାରି ଭବାନୀପାଟଣା ସହର ଉପକଣ୍ଠରେ ଥିବା କବରିସ୍ତାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details