ଭବାନୀପାଟଣା: ଗାଁ ଗାଁରେ ପହଞ୍ଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା । ଲୋକଙ୍କ ପାଖକୁ ଯାଉଛନ୍ତି ମନ୍ତ୍ରୀ, ନେତା ଏବଂ ଦଳୀୟ କର୍ମୀ । ଏନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥୁଆମୁଲ ବ୍ଲକରେ ଜିଲ୍ଲା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି କପିଳାସ ନାଏକ ଓ ଗୋବିନ୍ଦ ପ୍ରଧାନୀଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ମା' ମାଣିକେଶରୀଙ୍କ ମୂଳ ପୀଠ ଥୂଆମୁଳ ଠାରୁ ପଦଯାତ୍ରାରେ ବାହାରି ଥିଲେ । ଏଥିରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ବ୍ଲକ ଅଧ୍ୟକ୍ଷା ଦୟାନିଧି ନାଏକ ସାମିଲ ହୋଇ ଦୀର୍ଘ ୮ କିଲୋମଟର ପଦଯାତ୍ରାରେ ଯାଇ କାଣିଗୁମା ଖଣ୍ଡୁଆଳ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ତେବେ ଆୟୋଜିତ କରାଯାଇଥିବା ଏହି ସଭାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥୂଆମୁଳ ଓ ରାମପୁରକୁ ଦେଇଥିବା ବିଭିନ୍ନ ଯୋଜନା ସହ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ସୁଯୋଗ ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବହୁ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶକୁ ଶୀର୍ଷକୁ ନେବାକୁ ଦଳୀୟ ନେତା ଓ କର୍ମୀମାନେ ସଂକଳ୍ପ ନେବା ସହିତ ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଯେଉଁଭଳି ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ ଯୋଜନା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା, ଗାଁକୁ କାମ ମାଙ୍କୁ ସମ୍ମାନ ଭଳି ବର୍ତ୍ତା ବିଧାୟକ ପ୍ରଦୀପ ଦିଶାରୀ ଦେଇଥିଲେ । ଏହି ଜନସମ୍ପର୍କ ପଦଯାତ୍ରା ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକ ଅନ୍ତର୍ଗତ ପ୍ରତି ଗ୍ରାମ ପଞ୍ଚାୟତର ଘରଘର ଯାଇ ସରକାରଙ୍କ ଉପଲବ୍ଧି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଓଡ଼ିଶାରେ ହେବାକୁ ଯାଉଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଦେଇଛି ଦଳ ।