ଭବାନୀପାଟଣା: 8 ଦିନ ହେଲା ନିଖୋଜ ରହିଛନ୍ତି କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ବନ ବିଭାଗ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା। ଏନେଇ ସୁହାଗଙ୍କ ପରିବାର ଓ ବନ ବିଭାଗ ପକ୍ଷରୁ ନର୍ଲା ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର 21 ତାରିଖରେ ସୁହାଗ ନିକଟସ୍ଥ ଖିକସାଭଟା ବିଟର ଧାନ ବାହିଲିକୁ ଯାଇଥିଲେ। ତେବେ ସେହି ଦିନଠାରୁ ସୁହାଗ ଆଉ ଫେରି ନାହାନ୍ତି। ଫଳରେ ଚିନ୍ତାରେ ରହିଛନ୍ତି ସୁହାଗଙ୍କ ପରିବାର ଲୋକେ।
ଧାନ ବାହିଲିରେ ବନବିଭାଗର ନବନିର୍ମିତ ଅଫିସ ଘର ଫୋଟ ଉଠାଇ ଅଧା ଘଣ୍ଟା ଭିତରେ ଫେରିବି ବୋଲି କହିଥିଲେ ସୁହାଗ। ଏନେଇ ବିଶ୍ବନାଥପୁର ବନ ବିଭାଗ ଫରେଷ୍ଟରଙ୍କୁ ସେ ଜଣାଇଥିଲେ। ତେବେ ଫରେଷ୍ଟର ବହୁ ସମୟ ଅପେକ୍ଷା କଲା ପରେ ମଧ୍ୟ ସେ ଫେରି ନଥିଲେ। ଏହାପରେ ପୁନର୍ବାର ସୁହାଗଙ୍କୁ ଫୋନ ଲାଗାଇଥିଲେ ଫରେଷ୍ଟର। ହେଲେ ତାଙ୍କ ଫୋନ ବନ୍ଦ ଥିବା ନେଇ ସୂଚନା ମିଳିଥିଲା। ଏନେଇ ଫରେଷ୍ଟର ଜଣକ ତୁରନ୍ତ ବିଶ୍ବନାଥପୁର ରେଞ୍ଜ ଅଫିସକୁ ଆସି ସେ ରେଞ୍ଜରଙ୍କୁ ଜଣାଇଥିଲେ।