ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଅନିୟମିତତା, ଗର୍ଜିଲେ ଗ୍ରାମବାସୀ - କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା

ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହି ଯୋଜନାଗୁଡିକ କେବଳ କାଗଜ କଲମରେ ସୀମିତ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

http://10.10.50.80:6060/reg-lowres/03-January-2020/od-kld-01-dublicate-roadwork-pkg-7203436_03012020182159_0301f_1578055919_482.mp4
ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଅନିୟମିତତା, ଗର୍ଜିଲେ ଗ୍ରାମବାସୀ

By

Published : Jan 4, 2020, 11:58 PM IST

କଳାହାଣ୍ଡି: ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ନାଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହି ଯୋଜନାଗୁଡିକ କେବଳ କାଗଜ କଲମରେ ସୀମିତ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁସିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରୁ।

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଅନିୟମିତତା, ଗର୍ଜିଲେ ଗ୍ରାମବାସୀ

ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ଆରଡି ରାସ୍ତାଠାରୁ ମେଲକୁନ୍ଦେଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଥୁଆମୂଳ ରାମପୁରରୁ ମେଲକୁନ୍ଦେଲ ପର୍ଯ୍ୟନ୍ତ ଦୀର୍ଘ 9 କିଲୋମିଟର ଲମ୍ବରେ ନିର୍ମାଣ ହେଉଥିବା ଏହି ରାସ୍ତା ପାଇଁ ବ୍ୟୟ ଅଟକଳ ମୂଲ୍ୟ 7 କୋଟି 10 ଲକ୍ଷ 7520 ଟଙ୍କା ରହିଛି । ହେଲେ କାମ ସରିବା ପୂର୍ବରୁ ରାସ୍ତାର ଅବସ୍ଥା ହୋଇ ପଡିଛି ଶୋଚନୀୟ ।

ଏହି ରାସ୍ତା କାର୍ଯ୍ୟଟି ଗତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମାର 9 ମାସ ବିତି ଯାଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେଣେ ବର୍ତ୍ତମାନ ଚାଲୁଥିବା ପିଚୁ ରାସ୍ତା କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ରାସ୍ତା ତିଆରି ଶେଷ ନହେଉଣୁ ପିଚୁ ଉଠିବାକୁ ଲାଗିଲାଣି। ପୁର୍ବରୁ ଏହି ରାସ୍ତା ତିଆରିରେ ଦୁର୍ନୀତି ହେଉଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।

ଯାହା ଫଳରେ ଠିକାଦାର ମାଲାମାଲ ହେଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ ଭଲ ରାସ୍ତା ଖଣ୍ଡେ ପାଇବାରୁ ବଞ୍ଚିତ ରହୁଛନ୍ତି । ସମ୍ପୃକ୍ତ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏବଂ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ତଦାରଖରେ ଅବହେଳା ଯୋଗୁଁ ଏହି ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରିଥିଲେ ବି କୌଣସି ମତାମତ ମିଳିପାରି ନାହିଁ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details