ଓଡିଶା

odisha

By

Published : May 29, 2023, 4:39 PM IST

ETV Bharat / state

ପରିବାର ଲୋକଙ୍କୁ ବାନ୍ଧି ଘରେ ବୁଲାଇଲେ କଳାକନା

କଳାହାଣ୍ଡି ଜିଲ୍ଲାରେ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଘରେ ପଶି ପରିବାର ଲୋକଙ୍କୁ ବନ୍ଧି ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ମାତିଲେ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ
କଳାହାଣ୍ଡିରେ ମାତିଲେ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

କଳାହାଣ୍ଡିରେ ମାତିଲେ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ଭବାନୀପାଟଣା: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଡକାୟତି ମାମଲା। ପରିବାର ଲୋକଙ୍କୁ ବାନ୍ଧି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । କିଛି ଦିନର ବ୍ୟବଧାନ ପରେ ପୁଣି କଳାହାଣ୍ଡିରେ ସକ୍ରିୟ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଘରେ ପଶି ବୁଲାଉଛନ୍ତି କଳାକନା। ଆଖି ପିଛୁଳାକେ ଲୁଟି ନେଉଛନ୍ତି । ପୁଣି ଜିଲ୍ଲାର କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡିଛି। ଗତ ଦୁଇମାସ ତଳେ ସହରର ଅମ୍ବାଜି ମନ୍ଦିରରେ ଡକାୟତି ହୋଇଥିଲା ଦୁର୍ବୃତ୍ତମାନେ ଗର୍ଭ ଗୃହ ଭାଙ୍ଗି ଲକ୍ଷାଧିକ ଟଙ୍କାର ଦେବୀଙ୍କ ସମ୍ପତ୍ତି ନେଇ ଚମ୍ପଟ ମାରିଥିଲେ । ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ପୋଲିସ। ଏପଟେ ପୁଣି ଥରେ ସହରରେ ଡକାୟତି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟା ଖେଳାଇ ଦେଇଛି।

ଅଧିକ ପଢ଼ନ୍ତୁ:Robbery: ସହକାରୀ ଜିଲ୍ଲାପାଳଙ୍କ ଘରେ କଳା କନା ବୁଲାଇଲେ ଚୋର

ସୂଚନା ଅନୁଯାୟୀ କେସିଙ୍ଗା ସହରର ଜଗନ୍ନାଥ ପଡ଼ାର ଜଣେ ପ୍ରତିଷ୍ଠିତ ବ୍ୟବସାୟି ସୁବାଷ ଅଗ୍ରୱାଲଙ୍କ ଘରେ ଗତ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିବା ଦେଖିବାକୁ ମିଳିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ପ୍ରାୟ ୯ ଜଣ ଦୁର୍ବୁତ୍ତ ଘର ପଛପଟୁ କବାଟ ଭାଙ୍ଗି ଘର ଭିତରକୁ ପଶି ଆସି ମାରଣାସ୍ତ୍ର ଦେଖାଇ ପ୍ରଥମେ ପରିବାର ସମସ୍ତ ସଦସ୍ୟ ଓ ଘର ଚାକରାଣୀଙ୍କୁ ରଶିରେ ବାନ୍ଧି ଦେଇଥିଲେ। ଏହାପରେ ଘରର ଆଲମୀରାରେ ଥିବା ସମସ୍ତ ଟଙ୍କା ସୁନା, ଗହଣା ମୂଲ୍ୟବାନ ସମଗ୍ରୀ ନେଇ ଚମ୍ପଟ ମାରିଛନ୍ତି। ଆଲମୀରାରେ ପ୍ରାୟ ୬ ଲକ୍ଷ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇ ଥିବା ବ୍ୟବସାୟୀ କହିଛନ୍ତି।

ଏହା ବି ପଢ଼ନ୍ତୁ: ପୋଲିସକୁ ପୁଣିଥରେ ଚ୍ୟାଲେଞ୍ଜ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ

ଲୁଟପାଟ ହୋଇଥିବା ଘରର ମାଲିକ ସୁବାଷ ଅଗ୍ରୱାଲ କହିଛନ୍ତି, ‘‘ସେମାନେ ଅଚାନକ ଆସି ଆମକୁ ବାନ୍ଧି ଦେଇଥିଲେ । କିଛି କରିବା ବା କହିବା ପୂର୍ବରୁ ଘଟଣା ଘଟିଯାଇଥିଲା। ଆମକୁ ପଟି କରୁବାକୁ ମଧ୍ୟ କି ନିଜ ସାହାଯ୍ୟ ପାଇଁ କାହାକୁ ଫୋନ କରିବାର ସୁଯୋଗ ମିଳି ନଥିଲା । ତେବେ ୯ ଜଣ ଡକାୟତ ହିନ୍ଦୀ ଓ ବିହାରୀ ଭାଷାରେ କଥାବାର୍ତ୍ତା କରୁଥିଲେ ।’’ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟାକୁ ଆରମ୍ଭ କରିଛି । ଏହି ଡକାୟତମାନେ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details