ଓଡିଶା

odisha

By

Published : Jun 28, 2022, 7:06 PM IST

ETV Bharat / state

ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳ ଭଣ୍ଡାରର ପଙ୍କ ଉଦ୍ଧାର କାର୍ଯ୍ୟ

ଦୀର୍ଘ ବର୍ଷ ପରେ ଇନଟେକ ୱେଲ ସମ୍ମୁଖରୁ ପଙ୍କ ଉଦ୍ଧାର ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ ସହ ୨୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଓସିସିକୁ କାର୍ଯ୍ୟାଦେଶ ଦିଆଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Indrabati Reservoir Mud Rescue Work
ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳ ଭଣ୍ଡାରର ପଙ୍କ ଉଦ୍ଧାର କାର୍ଯ୍ୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୀବନ ରେଖା ହେଉଛି ଇନ୍ଦ୍ରାବତୀ ପ୍ରକଳ୍ପ।କିଛି ବର୍ଷ ହେଲା ଜଳଭଣ୍ଡାରର ଜଳ ଧାରଣ କ୍ଷମତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।ଵିଶେଷ କରି ଇନଟେକ ୱେଲ ସମ୍ମୁଖରେ ପଙ୍କ ଜମାଟ ବନ୍ଧଥିବାରୁ ଅନ୍ତିମ ପର୍ଯ୍ୟାୟରେ ବିଦ୍ୟୁତ ଓ ଜଳ ସେଚନକୁ ନେଇ ଅନ୍ତରାୟ ସୃଷ୍ଟି ହୋଇଥିଲା । ଯାହା ଶକ୍ତିଗୃହ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଥିଲା।ଦୀର୍ଘ ବର୍ଷ ପରେ ଇନଟେକ ୱେଲ ସମ୍ମୁଖରୁ ପଙ୍କ ଉଦ୍ଧାର ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ ସହ ୨୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଓସିସିକୁ କାର୍ଯ୍ୟାଦେଶ ଦିଆଯାଇଥିବା ସୂଚନା ମିଳିଛି ।

ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳ ଭଣ୍ଡାରର ପଙ୍କ ଉଦ୍ଧାର କାର୍ଯ୍ୟ

ଆଗାମୀ ଦୁଇ ବର୍ଷ ମଧ୍ୟରେ ପଙ୍କ ଉଦ୍ଧାର କାର୍ଯ୍ୟ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି।ଇନ୍ଦ୍ରାବତୀ ପ୍ରଥମ ବିଦ୍ୟୁତ ଉତ୍ପାଦନ ୧୯୯୯ ମସିହାରୁ ଆରମ୍ଭ ହୋଇ ୨୦୦୧ ମସିହାରେ ପୂର୍ଣାଙ୍ଗ ହେବା ସହ ୬୦୦ ମେଗାୱାଟ ସହ ଚାରିଟି ଯାକ ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାରର ପରିଧି ୧୧୦ ବର୍ଗ କିମି ରହିଥିବା ବେଳେ କପୁର,ମୁରାନ, ପୋଡ଼ାଗଡ ଓ ଇନ୍ଦ୍ରାବତୀ ଆଦି ନଦୀ ସହ ଶତାଧିକ ଚିରସ୍ରୋତା ଝରଣା ଜଳ ଧାରଣାରେ ସହାୟକ ହୋଇଥାନ୍ତି ।ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟକୁ ସ୍ୱଚ୍ଛ ଜଳ ପ୍ରବେଶ କରିବା ପାଇଁ କୋକେଲପଦର ପାଖରେ ଏକ ପଙ୍କ ଅବରୁଦ୍ଧ ସେତୁ ନିର୍ମାଣ ହେବାର କିଛି ଦିନ ପରେ ସମ୍ପୁର୍ଣ୍ଣ ଭୁଶୁଡି ଯାଇଥିଲା।ଫଳରେ ଇନ୍ଦ୍ରାବତୀ ଅବବାହିକାରେ ମୃତ୍ତିକା ଅବକ୍ଷୟ ସାଙ୍ଗକୁ ପୋଡ଼ୁ ଚାଷ ହେତୁ ଇନଟେକ ୱେଲ ସମ୍ମୁଖରେ ଜଳ ସ୍ରୋତରେ ବୋହି ଆସୁଥିବା ପଙ୍କ ଜମାଟ ବାନ୍ଧିବା ଆରମ୍ଭ ହୋଇଥିଲା।ଏବେ ସମ୍ମୁଖରେ ପ୍ରାୟ ପ୍ରାୟ ୩.୫ ମିଟର ପଙ୍କ ଜମା ହୋଇ ସାରିଥିବା ଅନୁମାନ କରାଯାଉଛି।ଦୀର୍ଘ ବର୍ଷ କ୍ରମାଗତ ଭାବରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଚଳିତ ବର୍ଷ ଶକ୍ତି ବିଭାଗ ୨୪ କୋଟି ଟଙ୍କା ବ୍ୟୟରେ ପଙ୍କକୁ ନିଷ୍କାସନ କରିବା ପାଇଁ ଓସିସିକୁ କାର୍ଯ୍ୟାଦେଶ ଦେଇଥିବା ଜଣାପଡିଛି।ଏହି କାର୍ଯ୍ୟ ସମ୍ପାଦନ ପାଇଁ ଜଳକତାର ରିଚ ଡ୍ରାଉଜିଂ ପ୍ରାଇଭେଟ ଲିମିଟେଡ଼ ଉନ୍ନତମାନର ଯନ୍ତ୍ରପାତି ସହ ଇନଟେକ ୱେଲରେ ପହଞ୍ଚି ସାରିଥିବା ଜଣାପଡିଛି ଏହି କାର୍ଯ୍ୟକୁ ସହଜ କରିବା ପାଇଁ ଆଇଆଇଟିର ମଧ୍ୟ ସହାୟତା ନିଆଯାଇଛି ।

ଏବେ ଏକ ଉଚ୍ଚସ୍ତରୀୟ ଟିମରେ ବିଭାଗୀୟ ଯନ୍ତ୍ରୀ ସି ଏମ ଜାଲ ବରିଷ୍ଠ ପରିଚାଳନା ଓସିସି ବେଦମ୍ବର ବେହେରା, ଆଇଆଇଟି ମାଡ୍ରାସରୁ ରାଜା ରାଜନ ବି ସୋରେନ ଯନ୍ତ୍ରୀ ,ସନ୍ତୋଷ ମହାପାତ୍ର ,ବାଣ୍ଟି କୁମାର,ବି ଚନ୍ଦନ, ଆଦିତ୍ୟ ଏବେ ସର୍ଭେ କାର୍ଯ୍ୟ ତଦାରଖ କରିବା ପରେ ପଙ୍କ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି।ଆସନ୍ତା ୦୮.୦୬.୨୦୨୪ ସୁଦ୍ଧା କାର୍ଯ୍ୟ ପୂର୍ଣାଙ୍ଗ ହେବ ବୋଲି ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନୀଲ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ABOUT THE AUTHOR

...view details