ଓଡିଶା

odisha

ETV Bharat / state

ପ୍ରଦୂଷଣମୁକ୍ତ ନାରା ନେଇ ସାଇକେଲରେ ଭାରତ ଭ୍ରମଣ

ପ୍ରଦୂଷଣମୁକ୍ତ ନାରା ନେଇ ସାଇକେଲରେ ଭାରତ ଭ୍ରମଣ। ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରିଲେ ଯୁବକ । ଅଧିକ ପଢ଼ନ୍ତୁ

ପ୍ରଦୂଷଣମୁକ୍ତ ନାରା ନେଇ ସାଇକେଲରେ ଭାରତ ଭ୍ରମଣ
cycle journey for pollution free India in Kalahandi

By

Published : Dec 21, 2022, 8:36 PM IST

ଭବାନୀପାଟଣା : ପ୍ରଦୂଷଣମୁକ୍ତ ନାରା ନେଇ ସାଇକେଲରେ ଭାରତ ଭ୍ରମଣ । ଜଙ୍ଗଲକୁ ସୁରକ୍ଷା ଦେବା ବୃକ୍ଷରୋପଣ କରି ନିଜ ଅଞ୍ଚଳକୁ ସ୍ୱଚ୍ଛ ପରିମଳ ରଖିବା ଆଦି ସଚେତନତାର ବାର୍ତ୍ତା ନେଇ ଜଣେ ଯୁବକ ସାଇକେଲ ଭାରତ ଭ୍ରମଣରେ ବାହାରିଛନ୍ତି । ଯୁବକ ଜଣକ କୋଲକାତାର ସୁଦୀପ ଦାସ ବୋଲି ଜଣା ପଡ଼ିଛି ।

cycle journey for pollution free India in Kalahandi

କୋଲକତାର ଯାଦବପୁର ଅଞ୍ଚଳର ସୁଦୀପ ଦାସ ପ୍ରଦୂଷଣ ମୁକ୍ତ ଭାରତ ନାରା ନେଇ ଗତ ନଭେମ୍ବର ୨୪ ତାରିଖରୁ ସାଇକେଲ ଯୋଗେ ଭାରତ ଭ୍ରମଣ ପାଇଁ ବାହାରିଛନ୍ତି । ଆଜି(ବୁଧବାର) ସୁଦୀପ ଭବାନୀପାଟଣାରେ ପହଞ୍ଚିଥିଲେ । ଭବାନୀପାଟଣାରେ ପହଞ୍ଚିବା ପରେ ଉତ୍ତର ବନଖଣ୍ଡ ପକ୍ଷରୁ ସମସ୍ତ ବନକର୍ମଚାରୀ ସାମିଲ ହୋଇ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ସମ୍ବର୍ଦ୍ଧନା ଦେଇଛନ୍ତି ।

ଏହି ଅବସରରେ ସୁଦୀପ କହିଥିଲେ ସାରା ଭାରତ ବର୍ଷରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଅନେକ ଜଙ୍ଗଲ ସମ୍ପଦ ନଷ୍ଟ ହେବାରୁ ଜଳବାୟୁ ପ୍ରଦୂଷିତ ହେବାକୁ ଲାଗିଲାଣି । ଫଳରେ ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତ ଗୋଟିଏ ପ୍ରକାରର ଅଣନିଶ୍ୱାସ ହେଉଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ନିଶ୍ୱାସ ନେବା ମଧ୍ୟ ଗୋଟିଏ ସମୟରେ ବେଶ କଷ୍ଟକର ହୋଇପଡ଼ିବ।

ଏହାମଧ୍ୟ ପଢ଼ନ୍ତୁ. ସେନାକୁ ସମ୍ମାନ: ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଯୁବକ, ଅତିକ୍ରମ କଲେଣି 7 ରାଜ୍ୟ

ତେଣୁ ଜଙ୍ଗଲକୁ ସୁରକ୍ଷା ଦେବା ବୃକ୍ଷରୋପଣ କରି ନିଜ ଅଞ୍ଚଳକୁ ସ୍ୱଚ୍ଛ ପରିମଳ ରଖିବା ପ୍ରତ୍ୟେକ ଲୋକଙ୍କ କର୍ତ୍ତବ୍ୟ । ତେଣୁ ଭାରତକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସେ ଏଭଳି ସାଇକେଲ ଯୋଗେ ସାରା ଭାରତର ପ୍ରତ୍ୟେକଟି ସହରକୁ ଯାଇ ଲୋକଙ୍କୁ ସଚେତନ କରିବେ ବୋଲି କହିଥିଲେ । ଏହାସହ ସୁଦୀପ ଭବାନୀପାଟଣାରୁ ବାହାରି କୋରାପୁଟ ଦେଇ ବିଶାଖାପାଟଣା ଓ ପରେ ତେଲେଙ୍ଗାନା ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିବେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ସୁଦୀପ କହିଛନ୍ତି "ଯଦି ଆପଣ ଗଛ କାଟୁଛନ୍ତି ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ସେଠାରେ ଏକ ଗଛ ଲଗାନ୍ତୁ । କାରଣ ଗଛ ବଞ୍ଚିଲେ ଆମେ ବଞ୍ଚିବା । ଏହାଦ୍ବାରା ଆମେ ବି ସୁସ୍ଥ ରହିବା ଓ ପରିବେଶ ବି ସ୍ବଚ୍ଛ ରହିବ।"

ସେହିପରି କଳାହାଣ୍ଡିର ଉତ୍ତର ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ ଅନୁରାଗ ମିଶ୍ର କହିଛନ୍ତି ''ଗତ ତାରିଖରୁ କୋଲକତାର ସୁଦୀପ ଏକ ଭଲ ବାର୍ତ୍ତା ନେଇ ସାଇକେଲ ଯୋଗେ ଭ୍ରମଣ କରୁଛନ୍ତି । ସେ ଦେଖାଇଛନ୍ତି ଯେ ଆମ ପାଇଁ ଜଙ୍ଗଲ କେତେ ଆବଶ୍ୟକ । ଯେଉଁ ମାତ୍ରାରେ ପ୍ରଦୂଷଣ ବଢ଼ିଛି ତାହା କେତେ ଆମ ପାଇଁ ଓ ପରିବେଶ ପାଇଁ କ୍ଷତିକାରକ । ତେବେ ସୁଦୀପଙ୍କ ଭବାନୀପାଟଣା ଗସ୍ତ ଆମକୁ ପ୍ରେରଣା ଯୋଗାଇଛି । ତାଙ୍କର ଏହି ସଚେତନତା ଯାତ୍ରା କେବଳ ଭବାନୀପାଟଣା ପାଇଁ ନୁହେଁ ପୁରା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ବାର୍ତ୍ତା ।''

ମଣିଷ ଯେଉଁ ପାରିପାର୍ଶ୍ବିକ ପରିବେଶରେ ରହୁଛି ଦିନକୁ ଦିନ ତାହା ପ୍ରଦୂଷିତ ହେବାରେ ଲାଗିଛି । ବର୍ତ୍ତମାନ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଲାଣି । ପ୍ରଦୂଷିତ ପରିବେଶରେ ନିଶ୍ବାସ ନେବା ଏକ ପ୍ରକାର ମୁସ୍କିଲ ହେଲାଣି । ବଞ୍ଚିବା ପାଇଁ ମଣିଷକୁ ଏକ ପ୍ରଦୂଷଣମୁକ୍ତ ପରିବେଶ ଅପରିହାର୍ଯ୍ୟ ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

ABOUT THE AUTHOR

...view details