ଓଡିଶା

odisha

ETV Bharat / state

ଧାନ କିଆରୀରେ ଅମୃତ ମହୋତ୍ସବ, ଦେଖନ୍ତୁ ଆଖି ଝଲସା ଦୃଶ୍ୟ - କଳାହାଣ୍ଡିରେ ଧାନ ତଳି କିଆରୀରେ ଅମୃତ ମହୋତ୍ସବ

ତଳି କିଆରୀରେ ଅମୃତ ମହୋତ୍ସବ । ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଚାଲିଥିବା ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଜଣେ ଚାଷୀ ଧାନ କିଆରିରେ ଅନନ୍ୟ କୃତୀ କରିଛନ୍ତି । ଅଧିକ ପଢ଼ନ୍ତୁ

india map art at paddy field for amrut mahotsav in kalahandi
ଧାନ ତଳି କିଆରୀରେ ଅମୃତ ମହୋତ୍ସବ

By

Published : Mar 23, 2022, 2:23 PM IST

ଭବାନୀପାଟଣା: ତଳି କିଆରୀରେ ଅମୃତ ମହୋତ୍ସବ । ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଚାଲିଥିବା ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଜଣେ ଚାଷୀ ଧାନ କିଆରିରେ ଅନନ୍ୟ କୃତି କରିଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଅଗ୍ରଣୀ ଚାଷୀ ପ୍ରାଣରଞ୍ଜନ ବେହେରା ନିଜର ଧାନ ତଳି କିଆରିରେ ଏକ ଅନନ୍ୟ କୃତି ମାଧ୍ୟମରେ ଅମୃତ ମହୋତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଜାତୀୟତା ଭାବ ଉଦ୍ରେକ ନିମିତ୍ତ ଧାନ ତଳିରେ ଜାତୀୟ ପତାକା ରଙ୍ଗ ଦେଇ ଏକ ସୁନ୍ଦର ଭାରତ ମାନଚିତ୍ର ଆଙ୍କିଛନ୍ତି। ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ପ୍ରାଣରଞ୍ଜନ ଏକାଧାରରେ ଜଣେ ସଫଳ ଚାଷୀ, ଲେଖକ, ସାମ୍ବାଦିକ, ସମାଜସେବୀ ଭାବରେ ବେଶ ଜଣାଶୁଣା ।

ଧାନ ତଳି କିଆରୀରେ ଅମୃତ ମହୋତ୍ସବ

ବିଭିନ୍ନ ସମୟରେ ସମ୍ବେଦନଶୀଳ ତଥା ଚର୍ଚ୍ଚିତ ପ୍ରସଙ୍ଗ ଉପରେ ସେ ଧାନ ତଳି ମାଧ୍ୟମରେ ଅନନ୍ୟ କୃତି କରି ଚର୍ଚ୍ଚାରେ ରହିଥାନ୍ତି । ବିଭିନ୍ନ କୃତି ମାଧ୍ୟମରେ ଅନ୍ଧବିଶ୍ବାସ, କୁସଂସ୍କାର ଦୂର ଓ ସଚେତନତା ସୃଷ୍ଟି ଭଳି ବିଷୟ ଉପରେ ଆଲୋକପାତ କରି ଆଦୃତ ଲାଭ କରିଛନ୍ତି । ବିଗତ ୧୦ ବର୍ଷ ଧରି ପ୍ରସ୍ତୁତ ଏଭଳି କୃତି ତାଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details