ଓଡିଶା

odisha

ETV Bharat / state

ଉଦଘାଟିତ ହେଲା କଳାହାଣ୍ଡି ମହୋତ୍ସବ ଘୁମୁରା-୨୦୨୦, ଉତ୍ସବମୁଖର ସାରା ଜିଲ୍ଲା - ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ

ଲୋକ ମହୋତ୍ସବ ଘୁମୁରା ୨୦୨୦ ଉଦଘାଟିତ ହୋଇଯାଇଛି । 4 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେଉଥିବାବେଳେ ଜିଲ୍ଲାର ଗାଁ ଠାରୁ ସହର ହୋଇଉଠିଛି ଉତ୍ସବମୁଖର। ଅଧିକ ପଢନ୍ତୁ...

ଉଦଘାଟିତ ହେଲା କଳାହାଣ୍ଡି ମହୋତ୍ସବ ଘୁମୁରା-୨୦୨୦, ଉତ୍ସବମୁଖର ସାରା ଜିଲ୍ଲା
ଉଦଘାଟିତ ହେଲା କଳାହାଣ୍ଡି ମହୋତ୍ସବ ଘୁମୁରା-୨୦୨୦, ଉତ୍ସବମୁଖର ସାରା ଜିଲ୍ଲା

By

Published : Jan 15, 2020, 4:34 PM IST

Updated : Jan 15, 2020, 8:11 PM IST

କଳାହାଣ୍ଡି: ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାବହ ଲୋକ ମହୋତ୍ସବ ଘୁମୁରା ୨୦୨୦ ଉଦଘାଟିତ ହୋଇଯାଇଛି । 4 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେଉଥିବାବେଳେ ଜିଲ୍ଲାର ଗାଁ ଠାରୁ ସହର ହୋଇଉଠିଛି ଉତ୍ସବମୁଖର।

ଉଦଘାଟିତ ହେଲା କଳାହାଣ୍ଡି ମହୋତ୍ସବ ଘୁମୁରା-୨୦୨୦, ଉତ୍ସବମୁଖର ସାରା ଜିଲ୍ଲା

ଘୁମୁରା ମହୋତ୍ସବର ପ୍ରଥମ ଦିନରେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଣୀଙ୍କେଶ୍ବରୀ ପୀଠରୁ ଏକ ମଶାଲ ଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଶହୀଦ ରେଣ୍ଡୋମାଝୀ ମଞ୍ଚରେ ପହଞ୍ଚିଥିଲା। ମଶାଲ ସ୍ଥାପନ ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିରୋଧୀ ଦଳ ନେତା ପ୍ରଦିପ୍ତ ନାଏକ ପଲ୍ଲୀଶ୍ରୀ ମେଳା ଓ କେବିକେ ହସ୍ତଶିଳ୍ପ ମେଳା ଉଦଘାଟନ କରିଥିଲେ। ପରେ ଉଦଘାଟିତ ହୋଇଥିଲା ରେଣ୍ଡୋମାଝୀ ମଞ୍ଚ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ପରିଷଦ ଅଧକ୍ଷା ନମିତା ରାଣୀ ସାହୁ, ବିଧାୟକ ମୌଷଧୀ ବାଗ, ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲାପାଳ ଗାଭାଳି ପରାଗ ହର୍ଷଦ। ପ୍ରାରମ୍ଭିକ ସଙ୍ଗୀତ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ସଂଧ୍ୟା । ଆଉ ଏହି ସାଂସ୍କ୍ରୁତିକ କାର୍ଯକ୍ରମକୁ ଦର୍ଶକ ଠାରୁ ଅତିଥିମାନେ ବେଶ ମନଭରି ଉପଭୋଗ କରିଥିଲେ।

ପ୍ରଥମ ସଂଧ୍ୟାରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯକ୍ରମ ପରେ କଳାହାଣ୍ଡି କଳାକେନ୍ଦ୍ରର ଓଡିଶୀରେ ଗର୍ଜି ଉଠିଥିଲା ରେଣ୍ଡୋ ମାଝୀ ମଞ୍ଚ। ଶୀତୁଆ ସଂଧ୍ୟାରେ ବି ଦର୍ଶକ ସାଂସ୍କୃତିକ ସଂଧ୍ୟାକୁ ବେଶ ମନଭରି ଉପଭୋଗ କରିଥିଲେ। ପରେ ରାଜସ୍ଥାନର ମଙ୍ଗ ନିହାର ସଙ୍ଗୀତ ଓ ଖଲବେଲିଆ ନୃତ୍ୟ, ସମ୍ବଲପୁରର ଡାଲଖାଇ, କେନ୍ଦ୍ର ସାଂସ୍କୃତିକ ନାଟକ ଏକାଡେମୀ ଦିଲ୍ଲୀର ମଣିପୁର, ଝାଡଖଣ୍ଡ ସରକାରଙ୍କ ମଣିପୁରୀ ଡ୍ୟାନ୍ସ ଦର୍ଶକଙ୍କୁ ବେଶ ବାନ୍ଧି ରଖିଥିଲା। ଶେଷରେ ରାୟଗଡାର ଢେମ୍‍ଶା ଓ ଝାଡଖଣ୍ଡର ନାଗପୁରି ଝୁମରରେ ଶେଷ ହୋଇଥିଲା ପ୍ରଥମ ଦିନର ସାଂସ୍କୃତିକ ସଂଧ୍ୟା। ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଆଜିଠାରୁ ଧର୍ମଗଡରେ ମଧ୍ୟ ୩ ଦିନ ଧରି ଉପଖଣ୍ଡ ସ୍ତରୀୟ ଘୁମୁରା-୨୦୨୦ ପାଳିତ ହେବ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Jan 15, 2020, 8:11 PM IST

ABOUT THE AUTHOR

...view details