ଓଡିଶା

odisha

ETV Bharat / state

କଳାହାଣ୍ଡିରେ ୮୮.୧୬ ପ୍ରତିଶତ ପାସ ହାର - ମାଟ୍ରିକ ପରୀକ୍ଷା

କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୮୮.୧୬% ରହିଛି । ଏଥିରେ ଜିଲ୍ଲାର ୧୦୨୮୦ ଜଣ ଛାତ୍ରୀ ଓ ୯୮୪୧ ଜଣ ଛାତ୍ର ପାସ କରିଛନ୍ତି । ଅଧିକ ପଢନ୍ତୁ

In Kalahandi district, the pass rate for matriculation exams this year is 88.16%
କଳାହାଣ୍ଡିରେ ୮୮.୧୬ ପ୍ରତିଶତ ପାସ ହାର

By

Published : Jul 7, 2022, 5:59 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୮୮.୧୬% ରହିଛି । ଏ-୧ରେ ୬୧ ଜଣ ଓ ଏ-୨ରେ ୧୩୯୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏଥିରେ ଜିଲ୍ଲାର ୧୦୨୮୦ ଜଣ ଛାତ୍ରୀ ଓ ୯୮୪୧ ଜଣ ଛାତ୍ର ପାସ କରିଛନ୍ତି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ୩୫୦ଟି ହାଇସ୍କୁଲର ୨୦୧୨୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୨୨୮ ୨୨ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୨୩୭୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ତେବେ ଜିଲ୍ଲାର ଏ-୧ରେ ୬୧ ଜଣ ,ଏ-୨ରେ ୧୩୯୬ ଜଣ,ବି-୧ରେ ୫୫୪୩ ଜଣ, ବି-୨ରେ ୬୯୫୩ ଜଣ ସି-ରେ ୪୧୬୬ଜଣ ଡି-ରେ ୧୬୫୯ ଜଣ ଇ-ରେ ୩୪୩ ଜଣ ଓ ଏଫ ଗ୍ରେଡ ରେ ୩୨୪ ଜଣ ପାସ କରିଛନ୍ତି।ଏ-୧ରେ ଭାବନୀପାଟଣା ବ୍ରଜ ବିହାର ଶିଶୁ ବିଦ୍ୟା ମନ୍ଦିରର ୧୮ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିଭଳି କେସିଙ୍ଗା ଶିଶୁ ବିଦ୍ୟାବମନ୍ଦିରର ୧୧ ଜଣ ଛାତ୍ରଛାତ୍ରୀ, ଜୁନାଗଡ଼ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର୬ ଜଣ, ଜୟପାଟଣା ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ୬ଜଣ ଛାତ୍ରଛାତ୍ରୀ ଏ-୧ରେ ପାସ କରିଛନ୍ତି।

କଳାହାଣ୍ଡିରେ ୮୮.୧୬ ପ୍ରତିଶତ ପାସ ହାର

ସେହିପରି ଆଦିବାସୀ ଅଧ୍ୟୁଷିତ ମଦନପୁର ରାମପୁର ଶ୍ରୀ ଏଜୁକେସନର ଛାତ୍ରୀ ବୈଜନ୍ତି ମିଶ୍ର ୫୮୫ ମାର୍କ (୯୭.୫%) ରଖି ପାସ କରିଛନ୍ତି।ତେବେ ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି ସ୍ୱପ୍ନ ଦେଖିଛନ୍ତି। ସ୍କୁଲ ସମୟ ବାଦେ ଘରେ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ତାଙ୍କର ଏହି ସଫଳତା ପଛରେ ତାଙ୍କ ବାପା ମାଁ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି।

ABOUT THE AUTHOR

...view details