ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କାୟାବିସ୍ତାର କରୁଛି ମହାମାରୀ କୋରୋନା । ଜିଲ୍ଲାରେ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ବ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଜିଲ୍ଲା ପାଇଁ ଏବେ କାଳ ସଦୃଶ୍ୟ ଛିଡା ହୋଇଛି ଛତିଶଗଡ଼ ରାଜ୍ୟ । ଛତିଶଗଡ଼ ରାଜ୍ୟ ଗରିବନ୍ଧ ଜିଲ୍ଲାର ଦେଭୋଗ ସହର ଓ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ମଧ୍ୟରେ ବ୍ୟବସାୟିକ ଯୋଗାଯୋଗ ରହିଥିବାବେଳେ ଦେଭୋଗ ଅଞ୍ଚଳର ଅନେକ ଲୋକ ଧର୍ମଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି ।
ଧର୍ମଗଡ଼ ସହରରେ ଶନିବାର ଓ ରବିବାର ସମସ୍ତ ଦୋକାନ ବଜାର ବନ୍ଦ - Saturday and Sunday closed Dharmagarh market
କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କାୟାବିସ୍ତାର କରୁଛି ମହାମାରୀ କୋରୋନା । ଜିଲ୍ଲାରେ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ବ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଜିଲ୍ଲା ପାଇଁ ଏବେ କାଳ ସଦୃଶ୍ୟ ଛିଡା ହୋଇଛି ଛତିଶଗଡ଼ ରାଜ୍ୟ । ଅଧିକ ପଢନ୍ତୁ...
ଧର୍ମଗଡ଼ ସହରେ ଶନିବାର ଓ ରବିବାର ବନ୍ଦ ରହିବ ସମସ୍ତ ଦୋକାନ ବଜାର
ତେବେ ଏହାକୁ ଦୃଷ୍ଟିରେ ରଖି ଧର୍ମଗଡ଼ ବଣିକ ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସପ୍ତାହରେ ଶନିବାର ଓ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ସପ୍ତାହର ଅନ୍ୟ ଦିନ ମାନଙ୍କରେ ସକାଳ ୭ଟାରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବା ନେଇ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସଙ୍ଘ ପକ୍ଷରୁ ଧର୍ମଗଡ଼ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ