ଭବାନୀପାଟଣା: ଆରମ୍ଭ ହୋଇଛି କୋରୋନାର ଦ୍ୱିତୀୟ ଲହର । ସ୍ଥାନୀୟ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ବୁଦ୍ଧିଜୀବୀ ତଥା ପ୍ରଶାସନ ପାଇଁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
24 ଘଣ୍ଟାରେ କଳାହାଣ୍ଡିରେ ୪୩୨ ଆକ୍ରାନ୍ତ ଚିହ୍ନଟ - ହୋମ୍ କ୍ବାରେଣ୍ଟାଇନ
କୋରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତାରେ ବୁଦ୍ଧିଜୀବୀ । ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଡୋର ଟୁ ଡୋର କୋଭିଡ ସର୍ଭେ ଚାଲିଛି । ଅଧିକ ପଢନ୍ତୁ...
ଶନିବାର ଜିଲ୍ଲାରେ ପୁଣି ୪୩୨ ଜଣ ନୁଆଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୬୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୮୮୧ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୪୧ ଜଣ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୭୯୯ ଜଣ ଆକ୍ରାନ୍ତ ବ୍ୟକ୍ତି କୋଭିଡ ହସ୍ପିଟାଲ ଓ ହୋମ୍ କ୍ବାରେଣ୍ଟାଇନରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ଜିଲ୍ଲାର ଜୁନାଗଡ଼ ଧର୍ମଗଡ଼ ଅଧିନ କେସିଙ୍ଗା ଆଦି ସହରରେ ପ୍ରଶାସନ ପକ୍ଷରୁ ଡୋର ଟୁ ଡୋର କୋଭିଡ ସର୍ଭେ ଜାରି ରହିଛି । ସେପଟେ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଚେକିଙ୍ଗକୁ କଡାକଡି କରାଯାଇଛି।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ