ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ଦୁଇଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ତୃତୀୟ ସପ୍ତାହର ପ୍ରଥମ ଦିନରେ ଦେଖିବାକୁ ମିଳିଛି ସଟଡାଉନର ପ୍ରଭାବ ।
କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ ! - Kalahandi district
ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ଲଗାଇବାକୁ ପଦକ୍ଷେପ । ଜରୁରୀକାଳୀନ ସେବାକୁ ବାଦ୍ ଦେଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...
କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ !
ଅମାନିଆଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଥିବାବେଳେ ଚେକିଙ୍ଗକୁ ଜୋରଦାର କରିଛି ଜିଲ୍ଲା ପୋଲିସ । ସେପଟେ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧ ହଜାରରୁ ଊର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ