ଓଡିଶା

odisha

ETV Bharat / state

ବେଆଇନ ଖଣି ଖନନ: କୋଟି କୋଟିର ରାଜସ୍ବ ହାନୀ, ଚାଷଜମି ନଷ୍ଟ

ବେଆଇନ ଭାବେ ବେଧଡକ ବର୍ଷ ବର୍ଷ ଧରି ଚାଲିଛି କ୍ରସର । ଫଳରେ ନଷ୍ଟ ହେଉଛି ଚାଷ ଜମିର ଉର୍ବରତା । ଆଉ ଏହି ଦୁର୍ନୀତି ଓ ମନମାନୀ ଭିତରେ ହନ୍ତସନ୍ତ ଚାଷୀ । ଅଧିକ ପଢନ୍ତୁ:

ବେଆଇନ ଖଣି ଖନନ: କୋଟି କୋଟିର ରାଜସ୍ବ ହାନୀ , ଚାଷ ଜମି ନଷ୍ଟ
ବେଆଇନ ଖଣି ଖନନ: କୋଟି କୋଟିର ରାଜସ୍ବ ହାନୀ , ଚାଷ ଜମି ନଷ୍ଟ

By

Published : Nov 6, 2020, 9:09 PM IST

କଳାହାଣ୍ଡି: ଜିଲ୍ଲାରେ ଚାଲିଛି ବେଧଡକ ବେଆଇନ ଖଣି ଖନନ । 4ଟି କ୍ରସରକୁ ବର୍ଷ ବର୍ଷ ଧରି ଖଣିମାଫିଆ ଚଲାଇଆସୁଛନ୍ତି । ଧର୍ମଗଡ଼ ଉପଖଣ୍ଡ ଜୟପାଟଣା ଓ କୋକସରା ବ୍ଳକ ସୀମାନ୍ତ ଅଞ୍ଚଳର ମତୁଆଲଗୁଡ଼ା ଓ ଜଳତାମୁଡା ଗାଁରେ ଚାଲିଛି ଏଭଳି ବେଆଇନ ଖଣି ଖନନ । ଏଠାକାର ତ୍ରିଶକ୍ତି କ୍ରସର, ଶିବଶକ୍ତି କ୍ରସର, ଶ୍ରୀକ୍ଷେତ୍ର କ୍ରସର ଓ ବଂଶୀମାଧବ କ୍ରସର ଭଳି ଚାରୋଟି କ୍ରସରକୁ ବର୍ଷ ବର୍ଷ ଧରି ଖଣି ମାଫିଆ ମାନେ ଚଲାଉଛନ୍ତି ।

ବେଆଇନ ଖଣି ଖନନ: କୋଟି କୋଟିର ରାଜସ୍ବ ହାନୀ , ଚାଷ ଜମି ନଷ୍ଟ

କ୍ରସର ଗୁଡି଼କ କେତେ ଯେ ସରକାରୀ ସ୍ବୀକୃତି ପ୍ରାପ୍ତ ତାହା ସରକାରକୁ ହିଁ ଜଣା । କିନ୍ତୁ କ୍ରସର ଚାଲିବା ଦ୍ଵାରା ଚାରିପଟେ ଯେଉଁ ଚାଷ ଜମି ଅଛି ତାହା ବିପର୍ଯ୍ୟସ୍ତ ହୋଇପଡିଛି । ଚାଷୀଙ୍କ ଅଭିଯୋଗ ଅନୁସାରେ ନାଲି ଆଖି ଦେଖାଇ ଦୀର୍ଘ ବର୍ଷ ହେବ ପଥର ଗୁଣ୍ଡ ପଡିବାରୁ 15 ରୁ 20 ଏକର ଚାଷ ଜମି ର ଉର୍ବରତା ନଷ୍ଟ ହୋଇଛି।

ନିୟମ ଅନୁସାରେ ପଥର ଖଣି ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ସହ ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ଲିଜ ଅନୁସାରେ ସୀମିତ ଏରିଆ ଭିତରେ କ୍ରସର ସ୍ଥାପନ କରାଯିବା ଦରକାର । ହେଲେ ସବୁ ସରକାରୀ ନିୟମକୁ ଫୁ କରି ସ୍ଥାନୀୟ ଲୋକଙ୍କ ଧନ ଜୀବନ ଉପରେ ବିପଦ ସୃଷ୍ଟି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ବଡ ବଡ ଅଧିକାରୀଙ୍କ ସହିତ କିଛି ଛତ୍ରଛାୟା ଯୋଗାଉଥିବା ନେତାଙ୍କ ଗୁମର ଫିଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details