ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ପୌରପରିଷଦ ସହରାଞ୍ଚଳ ରାସ୍ତାର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ । ରାସ୍ତାରେ ବଡ ବଡ ଖାଲ ସହିତ ଧୂଳିଧୂସରରେ ହନ୍ତସନ୍ତ ହେଉଥିଲେ ଲୋକ । ଇଟିଭି ଭାରତରେ ଖବର ପ୍ରସାରଣ ଚେତିଛି ପ୍ରଶାସନ । ଗଣମାଧ୍ୟମର ପ୍ରୟାସ ପାଇଁ ଆରମ୍ଭ ହୋଇଛି ରାସ୍ତା କାମ ।
ଆରମ୍ଭ ହେଲା ଅଟକି ଥିବା ରାସ୍ତାକାମ ଭବାନୀପାଟଣା ସହର ବହୁ ପୁରଣା ସହର । ହେଲେ ସହର ପୌରପରିଷଦ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଦୁଇପାଖରେ ବଡ ବଡ ଖାଲ ସହିତ ଗାଡି ଗଡିବା ମାତ୍ରେ ଧୂଳି ଧୂସରରେ ଧୂଆଁମୟ ନାକେଦନ ହେଉଥିଲେ ସହରବାସୀ । ଏହାଛଡା ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହୋଇଛି ।
ପୂର୍ତ୍ତ ବିଭାଗ ତରଫରୁ ଦୁଇ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ବର୍ଷେ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ଏ ଯାଏଁ ଶେଷ ହୋଇନାହିଁ । ସହରର ମୁଖ୍ୟ ରାସ୍ତା କଲେଜ ଛକଠାରୁ ନକଟି ଗୁଡା ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ଅର୍ଧ ନିର୍ମିତ ଅବସ୍ଥାରେ ପଡିରହିଥିବାରୁ ସହରବାସୀ ନାହିଁ ନଥିବା ସମସ୍ୟ ର ସମ୍ମୁଖୀନ ହେଉଥିଲେ । ଏ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି ।
ପ୍ରଶାସନ ପକ୍ଷରୁ ଜୋରଦାର ହୋଇଛି ରାସ୍ତା ନିର୍ମାଣ କାର୍ଯ୍ୟ । ରାସ୍ତା ନିର୍ମାଣ ହେବା ପରେ ସହରବାସୀ ଏବେ ନିତିଦିନିଆ ଦୁର୍ଦ୍ଦଶାରୁ ଆଶ୍ବସ୍ଥି ପାଇବେ ବୋଲି ଆଶା କରାଯାଉଛି । ଗଣମାଧ୍ୟମର ପ୍ରୟାସ ପାଇଁ ଏହା ସମ୍ଭବ ହୋଇଥିବାରୁ ସହରବାସୀ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ