ଓଡିଶା

odisha

ETV Bharat / state

ବେଆଇନ ପଥର ବ୍ଲାଷ୍ଟିଂ: ଶୁଣୁନି ପ୍ରଶାସନ, ଅତିଷ୍ଠ ଲୋକେ - କଳାହାଣ୍ତିରେ ବେଆଇନ୍ ପଥର ବ୍ଲାଷ୍ଟିଂ

ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ ହନ୍ତସନ୍ତ ଲୋକେ । ଶୁଣୁନି ପ୍ରଶାସନ । ଅଧିକ ପଢନ୍ତୁ

ବେଆଇନ ପଥର ବ୍ଲାଷ୍ଟିଂ: ଶୁଣୁନି ପ୍ରଶାସନ,ଅତିଷ୍ଠ ଲୋକେ
ବେଆଇନ ପଥର ବ୍ଲାଷ୍ଟିଂ: ଶୁଣୁନି ପ୍ରଶାସନ,ଅତିଷ୍ଠ ଲୋକେ

By

Published : Jun 15, 2022, 11:00 AM IST

ଭବାନୀପାଟଣା:ବେଆଇନ ପଥର ବ୍ଲାଷ୍ଟିଂରେ ସ୍ତବ୍ଧ ଗାଁ ଭୂଇଁ । ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ସରକାରୀ ନିୟମକୁ ଫୁ କରି କ୍ରସର ମାଲିକ ହେଉଛନ୍ତି ମାଲେମାଲ । ଆଉ ହନ୍ତସନ୍ତ ସ୍ଥାନୀୟ ବାସିନ୍ଦା । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ପଞ୍ଚାୟତରୁ ।ଶହ ଶହ ମେଟାଲ ବୋଝେଇ ଟ୍ରକ ଚଳାଚଳ ଯୋଗୁଁ ରାସ୍ତା ପାଲଟିଛି ମରଣଯନ୍ତା । ଗମନା ଗମନ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି ।

ବେଆଇନ ପଥର ବ୍ଲାଷ୍ଟିଂ: ଶୁଣୁନି ପ୍ରଶାସନ,ଅତିଷ୍ଠ ଲୋକେ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ପଞ୍ଚାୟତର ସୁକୁନିମୁଣ୍ଡା ଓ ବୃନ୍ଦାବାହାଲ ପଞ୍ଚାୟତର ବୈଜଳପୁରରେ ପୃଥକ ପୃଥକ ଷ୍ଟୋନ କ୍ରସର ରହିଛି । ହେଲେ ଏଠାରେ ବେଆଇନ ଭାବରେ ଡିନା ମାଇଟ ଓ ଜିଲୋଟିନ ଲଗାଯାଇ ବ୍ଲାଷ୍ଟ କରୁଥିବା ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ । ଖଳିଆକାନି ,ସୁକୁନିମୁଣ୍ଡା,କୁରେସିନି,ଗୋଇନ୍ଦିମୁଣ୍ଡା,ବୈଜଳପୁର ଆଦି ଅଞ୍ଚଳର ଘର ଗୁଡ଼ିକ ଫାଟି ଆଁ କରିଥିବା ବେଳେ ବେଆଇନ ବ୍ଲାଷ୍ଟ ଯୋଗୁଁ ସ୍କୁଲ ଗୁଡ଼ିକର କାନ୍ଥ ବି ଫାଟି ଯାଇଛି । ବ୍ଲାଷ୍ଟିଂ ଯୋଗୁଁ ଲୋକେ ଘର ଛାଡ଼ୁ ଥିବା ବେଳେ ଗୋଲାମୁଣ୍ଡା ତହସିଲଦାର ନିକଟରେ ଅଭିଯୋଗ ପ୍ରଶାସନ ଶୁଣୁ ନ ଥିବା ଅଭିଯୋଗ ହୋଇଛି ।

ବିଜୁ ଏକ୍ସପ୍ରେସ ଠାରୁ ଖଲିଆକାନି ଦେଇ ଏକ ମୁଖ୍ୟ ରାସ୍ତା ଯାଇଛି । ଯାହାକି ଖଳିଆକାନି, ସୁକୁନିମୁଣ୍ଡା, କୁରେସିନି,ବୈଜଳପୁର, ଧାମନପୁର, ଦଶପୁର ସମେତ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଗାଁ ଲୋକେ ଏହି ରାସ୍ତା ଦେଇ ଯାଆସ କରନ୍ତି । ହେଲେ ଦୁଇଟି କ୍ରସରରୁ ଅନବରତ ପଥର ବୋଝେଇ ଶହ ଶହ ଗାଡି ଚଳାଚଳ ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଛି । କ୍ରସରର ଧୂଳି ଯୋଗୁଁ ଏହି ରାସ୍ତାରେ ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । କେବଳ ଯେ ଯାତାୟାତ ନୁହେଁ ଦୁଇ ଦୁଇଟି କ୍ରସର ୟୁନିଟ ଯୋଗୁଁ ଚାଷ ଜମି ବି ଚାଷ ଉପଯୋଗୀ ହୋଇ ପାରୁନାହିଁ ।

ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

...view details