ଓଡିଶା

odisha

ETV Bharat / state

ଛେନାଗାଁ ବାଲି ଚୋରାଚାଲାଣ ମାମଲା, ଜୋରିମାନା ନବାନ୍ଧି ବାଲିଘାଟ ଛାଡିବାକୁ ମାଫିଆଙ୍କ ଚିଠି - ଛେନାଗାଁ ବାଲିଘାଟରୁ ବାଲି ଚୋରାଚାଲାଣ ମାମଲା

ଛେନାଗାଁ ବାଲିଘାଟରୁ ଚୋରାବାଲି ଚାଲାଣ ଘଟଣା । ୧ କୋଟି ୧୪ ଲକ୍ଷ ଜରିମାନା ପରେ ବାଲିଘାଟ ଛାଡିବାକୁ ତହସିଲଦାରଙ୍କୁ ଚିଠି ଲେଖିଲେ ବାଲିମାଫିଆ । ଅଧିକ ପଢନ୍ତୁ

ଛେନାଗାଁ ବାଲିଘାଟରୁ ବାଲି ଚୋରାଚାଲାଣ ମାମଲା, ଜରିମାନା ପରେ ଆତ୍ମ ସମର୍ପଣ
ଛେନାଗାଁ ବାଲିଘାଟରୁ ବାଲି ଚୋରାଚାଲାଣ ମାମଲା, ଜରିମାନା ପରେ ଆତ୍ମ ସମର୍ପଣ

By

Published : Jul 13, 2022, 9:25 AM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲ ଅଧିନ ଛେନାଗାଁ ବାଲିଘାଟରୁ ବାଲି ଚୋରାଚାଲାଣ ନେଇ ବିବାଦ ଲାଗି ରହିଛି । ତେବେ ଲିଜଧାରୀଙ୍କ ଉପରେ ଫାଇନ କଟାଯିବା ପରେ ଫାଇନ ନବାନ୍ଧି ତହସିଲଦାରଙ୍କ ନିକଟରେ ବାଲିଘାଟ ଛାଡିବା ନେଇ ଆବେଦନ କରିଛନ୍ତି ।

ସୂଚନାଅନୁସାରେ, ତହସିଲ ଅଞ୍ଚଳରୁ ଚୋରା ବାଲି ଉଠାଣ ନେଇ ପ୍ରଥମେ ୯ ଲକ୍ଷ ଏବଂ ପରେ ୧ କୋଟି ୧୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫାଇନ ହୋଇଥିବା ବେଳେ ଫାଇନ ନବାନ୍ଧି ସମ୍ପୃକ୍ତ ଲିଜଧାରୀ ବାଲିଘାଟ ଛାଡିବା ନେଇ ତହସିଲଦାରଙ୍କୁ ଏକ ଚିଠି ଦେଇଛନ୍ତି । ପ୍ରଥମ ଥର ଫାଇନ ପରେ ମାତ୍ର ୫୦ ହଜାର ଟଙ୍କା ବାନ୍ଧିଥିଲେ ମଧ୍ୟ ତାଙ୍କ ଠାରୁ ବଳକା ଟଙ୍କା ଅସୁଲ କରାଗଲା ନାହିଁ କିମ୍ବା ସମ୍ପୃକ୍ତ ଲିଜଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଯାହାର ସୁଯୋଗ ନେଇ ପୁଣି ସମ୍ପୂର୍ଣ୍ଣ ଲିଜଧାରୀ ବାଲି ଘାଟରୁ ପୁଣି ବାଲି ଉଠାଣ ଆରମ୍ଭ କରିଦେଇଛନ୍ତି ।

ଏନେଇ ବାରମ୍ବାର ଅଭିଯୋଗ ହେବା ପରେ କିଛି ଦିନ ତଳେ ଭବାନୀପାଟଣା ଉପଜିଲ୍ଲାପାଳ ବିଶ୍ଵଜିତ ଦାସ ୫ ଜଣ ତହସିଲଦାରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ଏକ ବଡ଼ ଧରଣର ଚଢ଼ାଉ କରିଥିଲେ । ଯେଉଁଥିରେ କଳାହାଣ୍ଡି ତହସିଲ ଅଞ୍ଚଳରୁ ପ୍ରାୟ ୨୩ ହଜାର ସିଏମ ବାଲି ଚୋରା ଚାଲାଣ ହୋଇଥିବା ତଦନ୍ତରୁ ଜଣା ପଡିବା ପରେ ସଂପୃକ୍ତ ଲିଜଧାରୀଙ୍କ ଉପରେ କଳାହାଣ୍ଡି ତହସିଲଦାର ୧ କୋଟି ୧୪ ଲକ୍ଷ ୮୮ ହଜାର ୫ ସହ ଟଙ୍କା ଫାଇନ କରି ୭ ଦିନ ମଧ୍ୟରେ ଫାଇନ ଟଙ୍କା ବାନ୍ଧିବା ନେଇ ନୋଟିସ ଜାରି କରିଥିଲେ । ହେଲେ ଏହି ଲିଜଧାରୀ ଫାଇନ ଟଙ୍କା ବାନ୍ଧିଲେ ନାହିଁ । ଆଉ ଏବେ ସମ୍ପୃକ୍ତ ଲିଜଧାରୀ ନିଜେ ବାଲିଘାଟକୁ ଛାଡିବା ପାଇଁ ତହସିଲଦାରଙ୍କୁ ନିବେଦନ କରିବାରୁ ଅଧିକାରୀ ଓ ଲିଜଧାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ନେଇ ଘଟଣା ସାମ୍ନାକୁ ଆସିଛି ।

ଫଳରେ ସରକାର ଫାଇନ ବାବଦକୁ ପାଇବାକୁ ଥିବା ୧ କୋଟି ୨୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇବାକୁ ଯାଉଥିବା ଆଲୋଚନା ହେଉଛି । ଏହି ବାଲିଘାଟ ସଂରଜିତ କୌରଙ୍କ ନାଁରେ ୫ ବର୍ଷ ପାଇଁ ଲିଜରେ ରହିଥିଲା । ଯାହା ଆସନ୍ତା ଅକ୍ଟୋବର ମାସରେ ସରିବା କଥା । କିନ୍ତୁ ବହୁ ସମୟରେ ଏହି ବାଲି ଘାଟ ତାଙ୍କ ନାଁରେ ଥିଲେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଲୋକ ପରିଚାଳନା କରି ଆସୁଥିବା ଫାଇନରୁ ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details