ଓଡିଶା

odisha

ETV Bharat / state

ଜୟପାଟଣା ବଜାର ପାଲଟିଛି ଗୋରୁ ଚାଲାଣର କେନ୍ଦ୍ରସ୍ଥଳୀ, ଚେଇଁ ଶୋଇଛି ପ୍ରଶାସନ !

ଗୋରୁ ଚାଲାଣର ହବ ପାଲଟିଛି କଳାହାଣ୍ଡିର ଜୟପାଟଣା ବଜାର (Jaypatana Bazaar)। ବାହାର ଜିଲ୍ଲା ତଥା ରାଜ୍ୟକୁ ବେଆଇନ ଭାବେ ଶହଶହ ଗୋରୁ ଚାଲାଣ ହେଉଥିବା ବେଳେ ଏଥିପ୍ରତି ପ୍ରଶାସନର ନିଘା ନଥିବା ଏବେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜୟପାଟଣା ବଜାର ସାଜିଛି ଗୋରୁ ଚାଲାଣର କେନ୍ଦ୍ରସ୍ଥଳୀ, ପ୍ରଶାସନ ନିରବ
ଜୟପାଟଣା ବଜାର ସାଜିଛି ଗୋରୁ ଚାଲାଣର କେନ୍ଦ୍ରସ୍ଥଳୀ, ପ୍ରଶାସନ ନିରବ

By

Published : Dec 18, 2021, 9:34 AM IST

Updated : Dec 18, 2021, 10:19 AM IST

ଭବାନୀପାଟଣା:ଗୋରୁ ଚାଲାଣର ହବ ପାଲଟିଛି କଳାହାଣ୍ଡିର ଜୟପାଟଣା ବଜାର (Jaypatana Bazaar)। ଏହି ସାପ୍ତାହିକ ବଜାରରେ ଜିଲ୍ଲା ଅନେକ ଅଞ୍ଚଳରୁ ବହୁ ସଂଖ୍ୟାରେ ଗୋରୁ ଚାଲାଣ ହେଉଛି । ମହୁଲପାଟଣା ଓ ଢୁଲୁଘାଟି ଦେଇ ବାହାର ଜିଲ୍ଲା ତଥା ରାଜ୍ୟକୁ ବେଆଇନ ଭାବେ ଶହଶହ ଗୋରୁ ଚାଲାଣ ହେଉଥିବା ବେଳେ ଏଥି ପ୍ରତି ପ୍ରଶାସନର ନିଘା ନଥିବା ଏବେ ଅଭିଯୋଗ ହୋଇଛି । ଫଳରେ ଦିନକୁ ଦିନ ଅଞ୍ଚଳରେ ଗୋରୁଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି ।

ଜୟପାଟଣା ବଜାର ପାଲଟିଛି ଗୋରୁ ଚାଲାଣର କେନ୍ଦ୍ରସ୍ଥଳୀ, ଚେଇଁ ଶୋଇଛି ପ୍ରଶାସନ !

ଗୋରୁ ଦଲାଲ ମାନେ ଗାଁ ମଧ୍ୟକୁ ଯାଇ କମ ଟଙ୍କାରେ ଗାଇଗୋରୁ କିଣି ଉଚ୍ଚ ଦରରେ ଚାଲାଣ କରୁଛନ୍ତି । ତେବେ ଗୋରୁ ଚାଲାଣ ହେଉଛି ସତ ହେଲେ ଏତେ ସଂଖ୍ୟକ ଗୋରୁ ଯାଉଛି କୁଆଡେ, ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ପରୋକ୍ଷରେ ଏହି ଅଭିଯୋଗ ଗୋମାଂସ ବ୍ୟାପାରକୁ ଇଙ୍ଗିତ କରୁଛି ।

ସୂଚନା ଅନୁଯାୟୀ ସୀମାନ୍ତ ଜିଲ୍ଲା ନବରଙ୍ଗପୁର ଓ ଆନ୍ଧ୍ର ପ୍ରଦେଶରେ ଏହି ମାଂସ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଗୋରୁ ବଜାର ଦାୟିତ୍ବରେ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ରହିଥିବା ବେଳେ ଏଥିରେ କର୍ମଚାରୀ ମାନେ ବହୁ ଅନିୟମିତତା କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଅବାଧ ଗୋ-ଚାଲାଣକୁ ରୋକା ନଗଲେ ଆଗାମୀ ଦିନରେ ସମାଜ ଉପରେ ଏହାର ଘୋର ପ୍ରଭାବ ପଡିଛି ବୋଲି ମତ ପ୍ରକାଶ ପାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Dec 18, 2021, 10:19 AM IST

ABOUT THE AUTHOR

...view details