ଭବାନୀପାଟଣା:ସୀମା ଟପିଲା ବର୍ବରତା । ଗର୍ଭବତୀ ସ୍ତ୍ରୀର ଗଳା କାଟିଦେଲା ସୈତାନ ସ୍ବାମୀ । ଅଳ୍ପକେ ବର୍ତ୍ତିଲେ ମହିଳା, ଘଟଣା ଘଟାଇ ସ୍ବାମୀ ଫେରାର । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧଅଁରାମାଲ ଗାଁରେ । ଆହତ ମହିଳା ଜଣକ ହେଉଛନ୍ତି ପ୍ରକାଶନୀ ସାହାଣୀ । ଗତକାଲି ସ୍ବାମୀ ନିହାର ସାହାଣୀ କୌଣସି କାରଣରୁ ପ୍ରକାଶନୀଙ୍କ ଗଳା କାଟିଦେଇଥିଲେ ।
ବର୍ବରତାର ସୀମା ପାର, ଗର୍ଭବତୀ ସ୍ତ୍ରୀର ଗଳା କାଟି ସ୍ବାମୀ ଫେରାର - ଗର୍ଭବତୀ ସ୍ତ୍ରୀର ବେକ କାଟି ଦେଲା ସୈତାନ ସ୍ବାମୀ
ଗର୍ଭବତୀ ସ୍ତ୍ରୀର ଗଳା କାଟି ଦେଲା ସୈତାନ ସ୍ବାମୀ । ଅଳ୍ପକେ ବର୍ତ୍ତିଲେ ମହିଳା, ଘଟଣା ଘଟାଇ ସ୍ବାମୀ ଫେରାର । ଅଧିକ ପଢନ୍ତୁ...

ଗର୍ଭବତୀ ସ୍ତ୍ରୀର ବେକ କାଟି ଦେଲା ସୈତାନ ସ୍ବାମୀ
ଗର୍ଭବତୀ ସ୍ତ୍ରୀର ବେକ କାଟି ଦେଲା ସୈତାନ ସ୍ବାମୀ
ଏହା ପରେ ମହିଳା ଜଣଙ୍କ ଅଚେତ ହୋଇ ପଡ଼ିଥିଲେ। ଏନେଇ ଆଜି ସକାଳୁ ପ୍ରକାଶନୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ସ୍ବାମୀ, ସ୍ତ୍ରୀର ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା ସେନେଇ ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Aug 30, 2021, 3:08 PM IST