ଭବାନୀପାଟଣା: ସ୍ଥାୟୀ ପଟ୍ଟା ଦାବି ନେଇ ମୁନିସିପାଲିଟି ଅଫିସ ଘେରାଉ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବି କରି ମୁନିସିପାଲିଟି ଅଫିସ ଘେରାଉ କରିଛନ୍ତି ଶତାଧିକ ମହିଳା ।
ଗତ କିଛି ମାସ ତଳେ ବସ୍ତି ଆଇନ ୨୦୧୭ ଅନୁଯାୟୀ ୪୦୦୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ ସହରର ୧୮,୧୯ ଓ ୨୦ ନମ୍ବର ୱାର୍ଡକୁ ସର୍ଭେ କରାଯାଇ ନାହିଁ କି ପଟ୍ଟା ଦିଆଯାଇନାହିଁ । ସ୍ଥାନୀୟ ରାମ ମନ୍ଦିରରୁ ୮ ପଡ଼ାର ଶତାଧିକ ମହିଳା ଏକ ବିରାଟ ଶୋଭାଯାତ୍ରା ବାହାରି ମୁନିସିପାଲିଟି ଘେରାଉ କରି ପୌର ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।