ଭବାନୀପାଟଣା: ମଦ ବିକ୍ରିକୁ ବିରୋଧ କରି ଗର୍ଜିଲେ ମହିଳା । ଗ୍ରାମାଞ୍ଚଳରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦର କାରବାର ବଢ଼ିବାରେ ଲାଗିଥିବା ବେଳେ ଗାଁକୁ ମଦମୁକ୍ତ କରିବା ନେଇ ଅଭିଯାନ ଆରମ୍ଭ କରିଛନ୍ତି ଶତାଧିକ ମହିଳା । ପାନ ଦୋକାନ ଠାରୁ ଆରମ୍ଭ କରି ଗ୍ରୋସୋରୀ ଦୋକାନ ଚା ଦୋକାନ ସବୁଠି ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ତେଣୁ ଗାଁରୁ ଏହି ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆଗେଇ ଆସିଛନ୍ତି କିଛି ମହିଳା ଓ ଯୁବ ସଂଗଠନ।
ମଦ ବିକ୍ରିକୁ ବିରୋଧ କରି ଗର୍ଜିଲେ ଶତାଧିକ ମହିଳା - ଗାଁକୁ ମଦମୁକ୍ତ କରିବା ନେଇ ଆଭିଯାନ
ଭବାନୀପାଟଣା ଗ୍ରାମାଞ୍ଚଳରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦର କାରବାର ବଢ଼ିବାରେ ଲାଗିଥିବା ବେଳେ ଗାଁକୁ ମଦମୁକ୍ତ କରିବା ନେଇ ଆଭିଯାନ ଆରମ୍ଭ କରିଛନ୍ତି ଶତାଧିକ ମହିଳା । ଅଧିକ ପଢନ୍ତୁ...
ମଦ ବିକ୍ରିକୁ ବିରୋଧ କରି ଗର୍ଜିଲେ ଶତାଧିକ ମହିଳା
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟରେ ଥିବା ଲକ୍ଷ୍ମୀପୁର ପଞ୍ଚାୟତର ଶତାଧିକ ମହିଳା ଗାଁ ମୁଣ୍ଡରେ ଏକ ମଦ ବିରୋଧୀ ସଭା ଆୟୋଜନ କରିବା ସହ ପ୍ରତି ୱାର୍ଡକୁ ଯାଇ ୱାର୍ଡବାସୀଙ୍କୁ ମଦକୁ ଗାଁରେ ନ ପୁରାଇବା ପାଇଁ ସଚେତନ କରିଥିଲେ। ଯଦି ଏହା ପରେ ଗାଁ ରେ ମଦ କାରବାର କରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହିଳା ସଂଗଠନ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ