ଓଡିଶା

odisha

ETV Bharat / state

ବିଚ ରାସ୍ତାରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି, ହଟହଟା ହେଲେ ମନ୍ତ୍ରୀ

ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଭବାନୀପାଟଣାରେ ବିଚ ରାସ୍ତାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ମାଗିଲେ ବିଜେପି ନେତା । ଅଧିକ ପଢନ୍ତୁ...

home minister dibya shankar mishra resignation
ବିଚ ରାସ୍ତାରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି , ହଟହଟା ହେଲେ ମନ୍ତ୍ରୀ

By

Published : Nov 2, 2021, 5:13 PM IST

Updated : Nov 2, 2021, 5:35 PM IST

ଭବାନୀପାଟଣା:ବିଚ ରାସ୍ତାରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି । ମମିତା ମେହେର ହତ୍ୟାକାଣ୍ଡକୁ ନେଇ କଳାହାଣ୍ଡିରେ ଆଜି (ମଙ୍ଗଳବାର) ବିଚ ରାସ୍ତାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ମାଗିଲେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ।

ବିଚ ରାସ୍ତାରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି, ହଟହଟା ହେଲେ ମନ୍ତ୍ରୀ

ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ଅଭିଯୋଗ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛି। ବିଚ ରାସ୍ତାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ହୋଇଛି। ମୁହାଁମୁହିଁ ମନ୍ତ୍ରୀଙ୍କୁ ଇସ୍ତଫା ମାଗିଲେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଦସ୍ୟ ଦୀପଜ୍ୟୋତି ।

ଭବାନୀପାଟଣାର ଏମଏସଏ ଛକରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିୟୋଜିତ ସୁରକ୍ଷାକର୍ମୀଙ୍କ ଗହଣରେ ଚାଲିଚାଲି ଯାଉଥିବା ବେଳେ ହଠାତ ତାଙ୍କ ସାମ୍ନାକୁ ଆସି ଦୀପଜ୍ୟୋତି ମନ୍ତ୍ରୀଙ୍କୁ ଇସ୍ତଫା ମାଗିଥିଲେ। ଏପରିକି ଏତେ ଦିନ ହେଲା ମନ୍ତ୍ରୀ କେଉଁଠି ଥିଲେ ବୋଲି ପ୍ରଶ୍ନ ପଚାରିଥିଲେ। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଆପଣ କାହିଁକି ଇସ୍ତଫା ଦେଉନାହାନ୍ତି ବୋଲି ସେ ପ୍ରଶ୍ନ ପଚାରିଥିଲେ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Last Updated : Nov 2, 2021, 5:35 PM IST

ABOUT THE AUTHOR

...view details