ଓଡିଶା

odisha

By

Published : Jan 5, 2023, 5:53 PM IST

ETV Bharat / state

Himalaya Kuari Pass: ହିମାଳୟରୁ ଓଡ଼ିଆ ପର୍ବତାରୋହୀଙ୍କ ହକି ବିଶ୍ୱକପ୍ ଶୁଭେଚ୍ଛା

ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ବରେ ୩ ଜଣିଆ ପର୍ବତାରୋହୀ ଦଳ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମାଳୟର ହାଇ-ଅଲଟିଟ୍ୟୁଡ କୁଆରି ପାସ୍ ଆରୋହଣ କରିଛନ୍ତି। ଅଧିକ ପଢନ୍ତୁ

odia mountain trekking team
odia mountain trekking team

odia mountain trekking team

ଭବାନୀପାଟଣା: ବିଶ୍ୱର ସର୍ବୋଚ୍ଚଗିରିଶୃଙ୍ଗରୁ ହକି ବିଶ୍ୱକପ, ଧନୁଯାତ୍ରା ପାଇଁ ଶୁଭେଚ୍ଛା ।ଏହାସହ କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ମହାତ୍ସବ ଘୁମୁରା ୨୦୨୩ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇବା ସହ ଉଡାଇଲେ ଜାତୀୟ ପତାକା । ହିମାଳୟରହାଇ-ଅଲଟିଟ୍ୟୁଡ କୁଆରି ପାସରେ ସଫଳତାର ସହ ପହଞ୍ଚିଲେ ଓଡିଆ ପର୍ବତାରୋହୀ ଟିମ୍ ।

ଏଭରେଷ୍ଟ ବିଜେତା ତଥା ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ । ଯାହାଙ୍କ ନେତୃତ୍ବରେ ୩ ଜଣିଆ ପର୍ବତାରୋହୀ ଦଳ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମାଳୟର ହାଇ- ଅଲଟିଟ୍ୟୁଡ କୁଆରି ପାସ୍ (Himalaya Kuari Pass) ଆରୋହଣ କରିଛନ୍ତି । ଯୋଗବ୍ୟାସ ଭୋଇଙ୍କ ସହ ବରଗଡ଼ ଜିଲ୍ଲାର ଜାତୀୟ ସମର ଶିକ୍ଷାର୍ଥୀବାହିନୀର ୫ମ ଓଡିଶା ବାଟାଲିୟନ ସିଟିଓ ତୃପ୍ତିମୟୀ ପ୍ରଧାନ ଓ ଝରଣା ସାହୁ ହିମାଳୟ ସ୍ତର ୧୨୫୧୬ ଫୁଟ ଉଚ୍ଚତାକୁ ୩୧ ଡିସେମ୍ବର ଦିନ ୧୨ ଘଣ୍ଟା ୩୦ ମିନିଟରେ ସଫଳତାର ସହ ଚଢ଼ିଥିଲେ ।

ଏହି ହାଇ- ଅଲଟିଟ୍ୟୁଡ ଦୁଃସାହସିକ କୁଆରି ପାସ ଟପ୍ ଅଭିଯାନ ଗତ ୨୮ ଡିସେମ୍ବର ୨୦୨୨ରୁ ବେସ୍‌ କ୍ୟାମ୍ପ ଯୋଶୀ ମଠରୁ ଆରମ୍ଭ ହୋଇ ଗତ ୧ ଜାନୁୟାରୀ ୨୦୨୩ ପିପଲକାଟିରେ ଶେଷ ହୋଇଥିଲା । ଏହି ହିମାଳୟନ ଯାତ୍ରାକୁ ଭାରତୀୟ ପର୍ବତାରୋହଣ ସଂସ୍ଥାନ, ନୂଆଦିଲ୍ଲୀ ସ୍ବୀକୃତି ଦେଇଥିଲେ । ଦୀର୍ଘ ୬ ଦିନର ହିମାଳୟ ଯାତ୍ରା ଥିଲା ।

ପ୍ରଥମେ ଯୋଶୀ ମଠରୁ ଗୁଆଲିଙ୍ଗ କ୍ୟାମ୍ପ (୯୨୫୨ ଫୁଟଉଚ୍ଚତା), ଚାପରେ ଖୁଇରା କ୍ୟାମ (୧୧୦୦୦ଫୁଟ ଉଚ୍ଚତା), ଶେଷରେ ଖୁଲାରା କ୍ୟାମ୍ପ ଠାରୁ ଦୀର୍ଘ ୬ ଘଣ୍ଟାର ଦୁଃସାହସିକ ଆରୋହଣ କରି ହାଇ ଅଲଟିଟ୍ୟୁଡ କୁଆରି ପାସ୍‌ ଶିଖରରେ ପହଞ୍ଚି ଭାରତର ଜାତୀୟ ପତାକା ଉଡ଼ାଇବା ସହ ଏନସିସିର ପତାକା ମଧ୍ୟ ଉଡ଼ାଇବା ସହ ହକି ବିଶ୍ବକପ (hockey world cup), ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ମହାତ୍ସବ ଘୁମୁରା ୨୦୨୩ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details