ଓଡିଶା

odisha

ETV Bharat / state

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିକ୍ଷୋଭ - kalahandi highcourt bench news

କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଭବାନୀପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର  ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଅଧିକ ଖବର ପଢନ୍ତୁ...

highcourt bench for strike in kalahandi
ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିକ୍ଷୋଭ

By

Published : Jan 27, 2020, 9:05 PM IST

କଳାହାଣ୍ଡି: ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିରର ବିକ୍ଷୋଭ। କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଭବାନୀ ପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିକ୍ଷୋଭ

ଭୌଗୋଳିକ ଦୃଷ୍ଟିରୁ ଓ ସରକାରଙ୍କ ପାଲ କମିଶନ ରିପୋର୍ଟ ଅନୁସାରେ, କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବା ଆବଶ୍ୟକ । ମାତ୍ର ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ । ଏଣୁ ତୁରନ୍ତ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଦାବି କରିଛନ୍ତି ।

ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ସଂଗଠନ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନଠାରୁ ପ୍ରତିମାସ ଶେଷ ସୋମବାର ଜିଲ୍ଲାରେ ବିକ୍ଷୋଭ କରିଆସୁଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details