ଓଡିଶା

odisha

ETV Bharat / state

କଳାହାଣ୍ଡିରେ ରୌଦ୍ର କୋପ, ଗରମ ଗୁଳୁଗୁଳିରେ ହାଲ ବେହାଲ - କଳାହାଣ୍ଡି ଜିଲ୍ଲାରେ କଲବଲ କରୁଛି ତାତି

ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିବା ବେଳେ ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଳା ପ୍ରଶାସନ। ଅଧିକ ପଢନ୍ତୁ

high temperature in kalahandi
high temperature in kalahandi

By

Published : Apr 12, 2023, 8:30 PM IST

ଗରମ ଗୁଳୁଗୁଳିରେ ହାଲ ବେହାଲ

ଭବାନୀପାଟଣା: ଜିଲ୍ଲାରେ କଲବଲ କରୁଛି ଗ୍ରୀଷ୍ମ ତାତି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ସକାଳ ୧୧ଟାରୁ ୩ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଯାହା ଫଳରେ ଘରୁ ବାହାରିବା ସହରବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ବର୍ତ୍ତମାନ ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିବା ବେଳେ ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଳା ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ- ଆକାଶରୁ ବର୍ଷୁଛି ଅଗ୍ନି ! ଝାଞ୍ଜିମାଡ଼ରେ ଜଳୁଛି ରାଜଧାନୀ, ଝାରସୁଗୁଡା ପାରଦ 42 ଡିଗ୍ରୀ ପାର

ପ୍ରଚଣ୍ଡ ରୌଦ୍ର ତାପରେ ଭୟଭୀତ ଜୀବଜଗତ । ଜରୁରୀ କାମ ଥିଲେ ହିଁ ଲୋକ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି । ସେହିପରି ଗତ କିଛି ଦିନ ହେଲା ଜିଲ୍ଲାରେ ତାପମାତ୍ର ଅଧିକ ରହୁଥିବାରୁ ଥଣ୍ଡା ପାନୀୟ ଦୋକାନରେ ଜମୁଛି ଲୋକଙ୍କ ଭିଡ। ସେହିପରି ଅନ୍ୟପଟେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଏସବୁ ଭିତରେ ସମସ୍ତ ଜରୁରୀକାଳୀନ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ଭବାନୀପାଟଣା ପୌର ବିଭାଗ ଅଧିକାରୀ ।

ସୂଚନା ମୁତାବକ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସକାଳ ୯ ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇଯାଇଛି । ବର୍ତ୍ତମାନ ପାଣିପାଗ ନିୟାମକକୁ ନେଇ ଏପ୍ରିଲ ୧୩ରୁ ୨୦ ତାରିଖ ଯାଏଁ ସ୍ଥିତି ସାଂଘାତିକ ହେବ ବୋଲି କହିଛି ପାଣିପାଗ ବିଭାଗ । ଆଜି ଦିନ ୨ଟା 30 ମିନିଟ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୩ ତାରିଖରେ ଗ୍ରୀଷ୍ମ ପ୍ରବାହ ବା ହିଟ ୱେବକୁ ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ଦିନର ତାପମାତ୍ରା ୪୨.୪ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୧.୮ ଡ଼ିଗ୍ରୀ,ହୀରାକୁଦରେ ୪୦.୪ ଡ଼ିଗ୍ରୀ ,ଚାନ୍ଦବାଲିରେ ୩୯.୬ ଡ଼ିଗ୍ରୀ ,କେନ୍ଦୁଝରରେ ୩୮ ଡ଼ିଗ୍ରୀ ,ବାଲେଶ୍ୱରରେ ୩୭.୨ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ପିଇବା ସହ ଦିନ ୧୧ ତରୁ ୩ ସମୟ ମଧ୍ୟରେ ଘରୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଖରାରେ ବାହାରକୁ ବାହାରିଲେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ରଖିବା ଆବଶ୍ୟକ । ପ୍ରବଳ ଖରା ହେବା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ପଦାକୁ ନଯିବାକୁ କୁହାଯାଇଛି । ତେବେ ଅତି ଜରୁରୀ କାମ ଥିଲେ ହିଁ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ବୃଦ୍ଧା ଲୋକମାନେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ରହିଛି । ଏହା ସହ ବାହାରକୁ ବାହାରିବା ସମୟର ପାଣି ବୋତଲ ଓ ଓଆରଏସ ପାଣି ନେବାକୁ କୁହାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details