ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ମଦନପୁର ରାମପୁର ଆଦି ବ୍ଳକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହୋଇଛି । କୁଆପଥର ମାଡ଼ ହେବା କାରଣରୁ ଅନେକ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।
ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ, ବ୍ୟାପକ ଫସଲ ନଷ୍ଟ - ଅଦିନିଆ ବର୍ଷାରେ ଫସଲ ନଷ୍ଟ କଳାହଣ୍ଡି
କଳାହାଣ୍ଡି ଜିଲ୍ଲା ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷା । ବ୍ୟାପକ ଫସଲ ନଷ୍ଟ, କ୍ଷତିପୂରଣ ଦାବି । ଅଧିକ ପଢନ୍ତୁ
ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ, ବ୍ୟାପକ ଫସଲ ନଷ୍ଟ
ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ, ବ୍ୟାପକ ଫସଲ ନଷ୍ଟ
ଭବାନୀପାଟଣା ବ୍ଲକର ତୁର୍କେଲ ଗାଁରେ ଚାଷୀଙ୍କ ମୁଗ, ବିରି, କାନ୍ଦୁଲ ଆଦି ଡ଼ାଲି ଜାତୀୟ ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।ସେହିପରି ମଦନପୁର ରାମପୁର ଓ କେସିଙ୍ଗା ଅଞ୍ଚଳରେ ମଧ୍ୟ ଚାଷୀଙ୍କ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଯାହାକୁ ନେଇ ସ୍ଥାନୀୟ ଚାଷୀ ଚିନ୍ତାରେ ପଡିଛନ୍ତି । ତେବେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ