ଓଡିଶା

odisha

ଲଗାଣ ବର୍ଷାରେ ଧୋଇଗଲା ପୋଲ

ପ୍ରବଳ ବର୍ଷାରେ ଧୋଇଗଲା ପୋଲ । ଫଳରେ ଯାତାୟତ ଠପ୍ ହୋଇପଡିଛି । ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅଧିକ ପଢ଼ନ୍ତୁ

By

Published : Aug 8, 2022, 8:46 AM IST

Published : Aug 8, 2022, 8:46 AM IST

ଲଗାଣ ବର୍ଷାରେ ଧୋଇଗଲା ପୋଲ
ଲଗାଣ ବର୍ଷାରେ ଧୋଇଗଲା ପୋଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଅନେକ ଗାଁକୁ ଯୋଗାଯୋଗ ଠପ୍ ହୋଇଥିବା ବେଳେ ଅନେକ ସ୍ଥାନରେ ଘର ମଧ୍ୟ ଭାଙ୍ଗିଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ଧର୍ମଗଡ଼ ଜାତୀୟ ରାଜପଥ (୧୩୦ସି) ବଡ଼ବସୁଲ ନିକଟରେ ଥିବା ହାଲେର ନାଳର ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି ।

ତେବେ ପୋଲ ଧୋଇଯିବା କାରଣରୁ ଜୁନାଗଡ଼ ଧର୍ମଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୂଚନାଅନୁଯାୟୀ ପ୍ରଶାସନ ପକ୍ଷରୁ ହାଲେର ଜୋର ଠାରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ଚାଲିଥିଲା । ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ହେଲେ ତାହା ମଧ୍ୟ ଲଗାଣ ବର୍ଷାରେ ଧୋଇ ଯାଇଛି । ଫଳରେ ରାସ୍ତା ଉପରେ ୩ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details