ଓଡିଶା

odisha

ETV Bharat / state

ପ୍ରବଳ ଘୁର୍ଣ୍ଣିଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ, ବେହାଲ ଜନଜୀବନ - heavy rainfall

କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଘରର ଛାତ ଉଡିଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ଗଛପଡି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏ ଦୃଶ୍ୟ ହେଉଛି ସଦର ବ୍ଲକ ନୂଆଗାଁର । ଅଧିକ ପଢନ୍ତୁ...

heavy-rainfall-in-kalahandi
ପ୍ରବଳ ଘୁର୍ଣ୍ଣିଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ, ବେହାଲ ଜନଜୀବନ

By

Published : Mar 20, 2020, 3:59 AM IST

କଳାହାଣ୍ଡି: ପ୍ରବଳ ଘୁର୍ଣ୍ଣିଝଡ଼ ସାଙ୍ଗକୁ କୁଆପଥର ମାଡରେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଘରର ଛାତ ଉଡିଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ଗଛପଡି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏ ଦୃଶ୍ୟ ହେଉଛି ସଦର ବ୍ଲକ ନୂଆଗାଁର ।

ପ୍ରବଳ ଘୁର୍ଣ୍ଣିଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ, ବେହାଲ ଜନଜୀବନ

ଉଡିଯାଇଛି ଘରର ଛାତ ଆଉ ବର୍ଷା ପାଣିରେ ଓଦା ହୋଇଛି ମୂଲ୍ୟବାନ ଆସବାବପତ୍ର। କିଛି ବୁଝିବା ଆଗରୁ ହଠାତ୍ ଆରମ୍ଭ ହୋଇଯାଇଥିଲା ଘୁର୍ଣ୍ଣିଝଡ଼ ସାଙ୍ଗକୁ କୁଆପଥର ବର୍ଷା। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଟଳି ପଡିଥିବା ବେଳେ ଜିଲ୍ଲା ବ୍ୟାପୀ ଦୀର୍ଘ ୭ ଘଣ୍ଟା ଧରୀ ବନ୍ଦ ରହିଥିଲା ବିଦ୍ୟୁତ ସରବରାହ। ସେପଟେ କୁଆପଥର ମାଡ଼ ଚାଷୀ ମୁଣ୍ଡରେ ଚଡକ ପକାଇ ଦେଇଛି। ମୁଖ୍ୟତଃ ଡାଲିଜାତୀୟ ଫସଲର ଗର୍ଭଧାରଣ ସମୟରେ କୁଆପଥର ମାଡ଼ ଯୋଗୁଁ ଅମଳ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି ଜୋର ଧରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details