ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ସାଙ୍ଗକୁ ପବନ ହେବା ଯୋଗୁଁ ଜନଜୀବନ ବ୍ୟାଘାତ ହୋଇଛି । ଜିଲ୍ଲାର କେସିଙ୍ଗା ବ୍ଲକ କାଣ୍ଡେଲ ଗାଁରେ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ସ୍କୁଲରେ ପାଣି ପଶିଯାଇ ଥିବା ବେଳେ ପବନ ଉଡାଇ ନେଇଛି ସ୍କୁଲ ଆଜବେଷ୍ଟ । ଫଳରେ ଶ୍ରେଣୀ ଗୃହରେ ବର୍ଷା ପାଣି ଲହରୀ ମାରୁଛି । ସରକାରଙ୍କ ପକ୍ଷରୁ କାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରି ରୂପାନ୍ତରିତ କରାଯାଇଥିଲା ।
ଶ୍ରେଣୀ ଗୃହରେ ପଶିଲା ବର୍ଷା ପାଣି, ପବନରେ ଉଡ଼ିଲା ଆଜବେଷ୍ଚ - ଶ୍ରେଣୀ ଗୃହରେ ପଶିଲା ବର୍ଷା ପାଣି
ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଶ୍ରେଣୀ ଗୃହରେ ପଶିଲା ବର୍ଷା ପାଣି । ପବନରେ ଭାଙ୍ଗିଲା ଆଜବେଷ୍ଚ । ଅଧିକ ପଢ଼ନ୍ତୁ
ଶ୍ରେଣୀ ଗୃହରେ ପଶିଲା ବର୍ଷା ପାଣି, ପବନରେ ଉଡ଼ିଲା ଆଜବେଷ୍ଚ
ଯାହାକୁ ନେଇ ସ୍ଥାନୀୟ ଲୋକେ ସ୍କୁଲରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ଅଭିଭାବକ ମିଶି ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ କେସିଙ୍ଗା ବିଡ଼ିଓ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡିଛି ।
ଇଟିଭି ଭାରତ, କଳାହାଣ୍ଡି