ଭବାନୀପାଟଣା: ଚାଷୀର ଦୁଃଖ ସବୁବେଳେ । କେତେବେଳ ରୋଗପୋକ ତ ଆଉ କେତେବେଳେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହେଉଛି ଚାଷୀ । ବର୍ତ୍ତମାନ କାଳବୈଶାଖୀ ସାଜିଛି କାଳ । ଘୂର୍ଣ୍ଣିଝଡର ତାଣ୍ଡବ ବେଶ ପ୍ରଭାବ ପକାଇଛି କଦଳୀ ଚାଷୀଙ୍କ ଉପରେ । ଏଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳର ।
ଘୂର୍ଣ୍ଣିଝଡ ଉଜାଡ଼ି ଦେଲା କଦଳୀ ଚାଷୀର ଅମଳ - wind destroyed farmers crops
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ କାଳବୈଶାଖୀ ସାଜିଲା କାଳ । ଘୂର୍ଣ୍ଣିଝଡର ତାଣ୍ଡବ ବେଶ ପ୍ରଭାବ ପକାଇଛି କଦଳୀ ଚାଷୀଙ୍କ ଉପରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଘୂର୍ଣ୍ଣିଝଡ ଉଜାଡ଼ି ଦେଲା ଚାଷୀର ଅମଳ
ଘୂର୍ଣ୍ଣିଝଡ ଉଜାଡ଼ି ଦେଲା ଚାଷୀର ଅମଳ
ତଳେ ଭାଙ୍ଗି ପଡିଛି କଦଳୀ ଗଛର କାନ୍ଧି । ଏକର ଏକର ଜମିରେ କଦଳୀ ଚାଷ କରି ଭଲ ଅମଳର ଆଶା ଥିଲା କିନ୍ତୁ ସେ ସବୁକୁ ଉଜାଡ଼ି ଦେଇଛି ଘୂର୍ଣ୍ଣିଝଡ । ଧାର କରଜ ସହ ବ୍ୟାଙ୍କ ଋଣ କରି ଚାଷ କରିଥିଲେ ଚାଷୀ । ଏବେ ଚାଷୀର ଅପେକ୍ଷା ପ୍ରଶାସନିକ ସହାୟତାକୁ ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ