ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଲଗାଣ ବର୍ଷା: 7 ପଞ୍ଚାୟତ ଜଳବନ୍ଦୀ, ଧୋଇ ନେଲା ରାସ୍ତା - heavy rainfall in kalahandi

ଗତ 3 ଦିନର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ରହିଛି । ଜିଲ୍ଲାରେ ଥିବା ପ୍ରମୁଖ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଅନେକ ଗାଁର ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Aug 8, 2019, 2:08 PM IST

କଳାହାଣ୍ଡି: ଗତ 3 ଦିନର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ରହିଛି । ଜିଲ୍ଲାରେ ଥିବା ହାତୀ, ରେତ, ସାନ୍ଦୁଲ, ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ସେହିପରି ସଦର ମହକୁମା ଭବାନୀପାଟଣାରେ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ଠାରୁ ଅଧିକ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯଦ୍ବାରା ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଏଥିସହିତ ଲାଞ୍ଜିଗଡ, ମଦନପୁର-ରାମପୁର, ଥୁଆମୂଳ-ରାମପୁର, କଲମପୁର ବ୍ଲକର ଅନେକ ଗାଁର ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଥୁଆମୂଳ-ରାମପୁର ଗାଁର 7ଟି ପଞ୍ଚାୟତ ଜଳବନ୍ଦୀ ରହିଥିବାବେଳେ ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁ ମଧ୍ୟ ଜଳ ଘେରରେ । ଖାଲି ସେତିକି ନୁହେଁ ତିନି ଦିନର ଲଗାଣ ବର୍ଷାରେ ଚାଷ ଜମି ମଧ୍ୟ ଜଳମଗ୍ନ ରହିବା ସହ ଚାଷ କାମକୁ ମଧ୍ୟ ପ୍ରଭାବିତ କରିଛି । ତେବେ ଏନେଇ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସାମନା କରୁଥିବାବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି । ଏହାସହ ବନ୍ୟା ପୀଡ଼ିତଙ୍କୁ ସ୍କୁଲ ଓ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ସହ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details