ଭବାନୀପାଟଣା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି କଳାହାଣ୍ଡିର ଭବାନୀପାଟଣା ସହର । ସହରର ତାପମାତ୍ରା ଏବେ ୪୩ ଡିଗ୍ରୀରୁ ଅଧିକ । ସମସ୍ତ ପ୍ରକାର ଜରୁରୀ କାଲୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଳା ପ୍ରଶାସନ ।
ଖରାର ତାତିରୁ ରକ୍ଷା ପାଇବା ପାଇଁ କାହା ମୁଣ୍ଡରେ ଟୋପି, ଗାମୁଛା ତ କିଏ ବ୍ୟବହାର କରୁଛି କଳା ଚଷମା । ଗତ କିଛି ଦିନ ହେଲା ଭବାନୀପାଟଣା ସହରର ତାପମାତ୍ରା ଅତ୍ୟଧିକ ରହୁଛି । ମନକୁ ଟିକିଏ ଶାନ୍ତି ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ସମସ୍ତଙ୍କ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ । ଲସି କିମ୍ୱା ଆମ୍ୱ ରସ ଟିକିଏ ପିଇ ଦେଇ ବେଶ୍ ଆଶ୍ୱସ୍ଥ ଅନୁଭବ କରୁଛନ୍ତି ଲୋକେ ।