ଓଡିଶା

odisha

ETV Bharat / state

ଡହଡହ ତାତିରେ ସିଝୁଛନ୍ତି କଳାହାଣ୍ଡିବାସୀ, ତାପମାତ୍ରା 40 ଡିଗ୍ରୀ ପାର

ତତଲା କଡେଇରେ ସିଝୁଛନ୍ତି କଳାହାଣ୍ଡିବାସୀ । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଖରାର ପ୍ରକୋପରୁ ବର୍ତ୍ତିବା ପାଇଁ ଟୋପି, ଗାମୁଛା ଓ କଳାଚଷମା ବ୍ୟବହାର କରୁଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Apr 20, 2019, 8:25 PM IST

କଳାହାଣ୍ଡି: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ରୌଦ୍ର ତାପରେ ସିଝୁଛନ୍ତି ଜୀବଜଗତ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ସେପଟେ ଯେପରି ତତଲା କଡେଇରେ ଭାଜି ହେଉଛି କଳାହାଣ୍ଡି। ସହରର ତାପମାତ୍ରା ଏବେ ୪୦ ଡିଗ୍ରୀରୁ ଅଧିକ ।

ମୁଣ୍ଡ ଫଟା ଖରାସାଙ୍ଗକୁ ତାପମାତ୍ରାର ଅହେତୁକ ବୃଦ୍ଧି ଓ ବିଜୁଳି କାଟରେ ହନ୍ତସନ୍ତ ଜିଲ୍ଲାବାସୀ । ସକାଳ ହେଲେ ଲୋକଙ୍କ ଚିନ୍ତା ବଢୁଛି । ଯେଉଁମାନଙ୍କ କାମ ଅଛି ସେମାନେ ଛତା, ଟୋପି, କଳାଚଷମା କିମ୍ୱା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବାବେଳେ ରାସ୍ତାଘାଟ ଶୂନଶାନ ହୋଇଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସଂନ୍ଧ୍ୟା ହେଲେ ଲୋକ ଘରୁ ବାହାରକୁ ଆସୁଛନ୍ତି । ମନକୁ ଟିକିଏ ଫୁର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ସମସ୍ତଙ୍କ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ। ଏହାକୁ ଟିକିଏ ପିଇ ଦେଇ ବେଶ ଆଶ୍ୱସ୍ଥି ଅନୁଭବ କରୁଛନ୍ତି ଲୋକେ। ତେବେ ସବୁପ୍ରକାର ଜରୁରୀ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details