ଭବାନୀପାଟଣା: ‘ସ୍ବଚ୍ଛ ପରିମଳ ଆମ ଚିକିତ୍ସାଳୟ’କୁ ନେଇ ମେଡ଼ିକାଲ କାନ୍ଥରେ ଲାଗିଛି ବଡ଼ ବଡ଼ ହୋଡିଂ, ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଯେଉଁଠି ଆଖି ବୁଲାଇଲେ ଖାଲି କୁଢ଼କୁଢ଼ ଆବର୍ଜନା । ପାହାଡ଼ ପରି ଗଦା ହୋଇଛି ମଇଳା ବର୍ଜ୍ୟବସ୍ତୁ । ତେବେ ଆପଣ ଦେଖୁଥିବା ଏହି ଦୃଶ୍ୟଟି କୌଣସି ଡମ୍ପିଂ ୟାର୍ଡର ନୁହେଁ, ଏହା ହେଉଛି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେତୁ ଏଠାକୁ ପ୍ରତ୍ୟେକ ଦିନ ଜିଲ୍ଲା ସମେତ ପୋଡ଼ଶୀ ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଅନେକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ, ମେଡ଼ିକାଲ ପରିସରରେ ଏଭଳି ଅଳିଆ ଆବର୍ଜନା ଜମା ହୋଇ ରହିଥିବା କାରଣରୁ ଏବେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଫଳରେ ରୋଗୀ ଓ ରୋଗୀଙ୍କୁ ନେଇ ଆସିଥିବା ଲୋକେ ମଧ୍ୟ ଅଣନିଶ୍ବାସୀ ହୋଇପଡୁଛନ୍ତି ।
ଅଳିଆ ଗଦାରେ ଭର୍ତ୍ତି ହସ୍ପିଟାଲ ପରିସର, ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ରୋଗୀ ସେବା - କଳାହାଣ୍ଡି ମେଡିକାଲ ଖବର
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାରିଆଡେ କୁଢ କୁଢ ଆବର୍ଜନା । ଆବର୍ଜନା ଜମା ହୋଇ ରହିଥିବା କାରଣରୁ ଏବେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଫଳରେ ରୋଗୀ ଓ ରୋଗୀଙ୍କୁ ନେଇ ଆସିଥିବା ଲୋକେ ମଧ୍ୟ ଅଣନିଶ୍ବାସୀ ହୋଇପଡୁଛନ୍ତି । ଅଧିକ ପଢନ୍ତୁ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଛି ଯକ୍ଷ୍ମା ୱାର୍ଡ ଓ ଏହା ନିକଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟାଳୟ । କିନ୍ତୁ, ଡ଼ମ୍ପିଂୟାର୍ଡ ଯୋଗୁଁ ଯକ୍ଷ୍ମା ଭଳି ରୋଗର ଚିକିତ୍ସା ପାଇଁ ଆସୁଥିବା ରୋଗୀ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ସେପଟେ ମୃତଦେହ ବ୍ୟବଚ୍ଛେଦ ଗୃହକୁ ଯିବାକୁ ହେଲେ ଏହି ଅଳିଆ ଆବର୍ଜନା ଉପରେ ମାଡିକି ଯିବାକୁ ପଡେ । ଦୀର୍ଘ ଦିନ ଧରି ମେଡିକାଲରେ ବ୍ୟବହୃତ ସାମଗ୍ରୀ ଓ ଅଳିଆ ଆବର୍ଜନା ପଡିରହିଥିବାରୁ ଏହା ପଚିଷଢ଼ି ଏବେ ଦୁର୍ଗନ୍ଧ ହେବାରେ ଲାଗିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଥିବା ବେଳେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ।
TAGGED:
କଳାହାଣ୍ଡି ମେଡିକାଲ ଖବର