କଳାହାଣ୍ଡି: ଧାନବିଲରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧୀନରେ ଥିବା ଗୋଡ଼ଭଞ୍ଜା ଗ୍ରାମର ଏକ ବିଲରୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ମିଳିଛି । ମୃତକ ବ୍ୟକ୍ତି ଜଣକ ହେଲେ ଧର୍ମଗଡ଼ ଥାନା କେବିଡି ଗାଁ ର ଶକ୍ତିସ୍ୱର ନାଏକ l
ସେ ଏକ ସପ୍ତାହ ହେବ ନିଖୋଜ ଥିଲେ ବୋଲି ଜଣାପଡିଛି । ପରିବାର ଲୋକେ ବହୁ ଖୋଜା ଖୋଜି କରି ନିରାଶ ହୋଇଥିଲେ l ତେବେ ଆଜି ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ସେ ମାନସିକ ବିକୃତ ଥିବା ଜଣା ପଡିଛି l