ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଜମିଛି ଘନ କୁହୁଡ଼ିର ଆସ୍ତରଣ, ସୃଷ୍ଟି କରୁଛି କାଶ୍ମୀର ଭ୍ରମ - କଳାହାଣ୍ଡିରେ କୁଆ ପଥର ବର୍ଷା

କଳାହାଣ୍ଡିରେ ଗତ ୪ ଦିନ ଧରି ଘନ କୁହୁଡ଼ିର ଆସ୍ତରଣ ସାଙ୍ଗକୁ ହୋଇଛି କୁଆ ପଥର ବର୍ଷା । ଯାହାକି କାଶ୍ମୀର ପରିବେଶର ଭ୍ରମ ସୃଷ୍ଟି କରିଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ଜମିଛି ଘନ କୁହୁଡ଼ିର ଆସ୍ତରଣ, ସୃଷ୍ଟି କରିଛି କାଶ୍ମୀର ଭ୍ରମ
କଳାହାଣ୍ଡିରେ ଜମିଛି ଘନ କୁହୁଡ଼ିର ଆସ୍ତରଣ, ସୃଷ୍ଟି କରିଛି କାଶ୍ମୀର ଭ୍ରମକଳାହାଣ୍ଡିରେ ଜମିଛି ଘନ କୁହୁଡ଼ିର ଆସ୍ତରଣ, ସୃଷ୍ଟି କରିଛି କାଶ୍ମୀର ଭ୍ରମ

By

Published : Jan 13, 2022, 2:11 PM IST

ଭବାନୀପାଟଣା:ଆକାଶରେ ମେଘର ମହ୍ଲାର ଝିପି ଝିପି ବର୍ଷା ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ଜମିଛି । ଆଉ ଏହାସହ ବେଳେ ବେଳେ କୁଆପଥର ମାଡ଼ ହୋଇଛି । ଯାହାକି କାଶ୍ମୀରର ଚିତ୍ର ବୟାନ କରୁଥିବା ବେଳେ ଏହା ପ୍ରକୃତିପ୍ରେମୀଙ୍କୁ ବେଶ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ଲାଗି ରହିଛି । ଫଳରେ ଘନ କୁହୁଡ଼ିର ଆସ୍ତରଣ ରେ ଢାଙ୍କି ହୋଇଛି ସମଗ୍ର ଅଞ୍ଚଳ ।

କଳାହାଣ୍ଡିରେ ଜମିଛି ଘନ କୁହୁଡ଼ିର ଆସ୍ତରଣ

ଘନକୁହୁଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ସହ କୁଆପଥର ମାଡ଼ ହେବା ଫଳରେ ପ୍ରବଳ ଥଣ୍ଡା ଅନୁଭୂତି ହେଉଛି। ଏଭଳି ପାଗ ଲାଗି ରହିବା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ରାସ୍ତାଘାଟ ସବୁ ଖାଁ ଖାଁ ହୋଇଛି । ଲାଗି ରହିଥିବା ଘନ କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇଛି । ଆଉ ଏହାର ପ୍ରତିକୂଳ ପ୍ରଭାବ ଚାଷବାସ ଉପରେ ମଧ୍ୟ ପଡିଛି । କୁଆପଥର ମାଡ଼ରେ ବ୍ୟାପକ ଭାବରେ ନଷ୍ଟ ହୋଇଛି ପନିପରିବା ଓ ଡାଲି ଜାତୀୟ ଫସଲ। ତେବେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହା କୃଷି ବିଭାଗର ଆକଳନ ପରେ ହିଁ ଜଣାପଡ଼ିବ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details