ଓଡିଶା

odisha

ETV Bharat / state

ଶହୀଦ ଯବାନଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ ଅନର - ମୟୂରଭଞ୍ଜ ଶହୀଦ ଯବାନ

ସିର୍କି ଜଙ୍ଗଲ ମାଓ ଅପରେସନ ସମୟରେ ଶହୀଦ 2 ଏସଓଜି ଯବାନଙ୍କ ମର ଶରୀର ଗୁରୁବାର ଭବାନୀପାଟଣା ରିଜର୍ଭ ପଡିଆଠାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଶହୀଦ ଯବାନଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ ଅନର
ଶହୀଦ ଯବାନଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ ଅନର

By

Published : Sep 10, 2020, 9:04 PM IST

ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ବୁଧବାର କଳାହାଣ୍ଡି ପୋଲିସ ଦ୍ଵାରା ହୋଇଥିବା ମାଓ ଅପରେସନରେ ୫ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଏସଓଜି ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମର ଶରୀର ଗୁରୁବାର ଭବାନୀପାଟଣା ରିଜର୍ଭ ପଡିଆଠାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।

ଶହୀଦ ଯବାନଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ ଅନର

ଦୁଇ ଯବାନଙ୍କ ଶହୀଦ ଖବରକୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଶହୀଦ ଯବାନଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ ଅନର


ବୁଧବାର କଳାହାଣ୍ଡି ପୋଲିସ ପକ୍ଷରୁ କଳାହାଣ୍ଡି-କନ୍ଧମାଳସୀମାନ୍ତ ସିର୍କି ଜଙ୍ଗଲରେ ଡିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଅପରେସନ କରାଯାଇଥିଲା । ଯବାନ ଓ ମାଓବାଦୀ ମଧ୍ୟରେ ଉଭୟ ପଟୁ ଦୀର୍ଘ ୪୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା । ଏହି ସମୟରେ ୪ ମହିଳା ମାଓବାଦୀ ସମେତ ଜଣେ ପୁରୁଷ ମାଓବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଥିଲେ । ଅପରପକ୍ଷରେ ମାଓବାଦୀଙ୍କ ପାଲଟା ଆକ୍ରମଣରେ ଶହୀଦ ହୋଇଯାଇଥିଲେ ଦୁଇ ଯବାନ ।

ଶହୀଦ ଯବାନଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ ଅନର

ଶହୀଦ ଦୁଇ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧିର କୁମାର ଟୁଡୁ ଏବଂ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ । କଳାହାଣ୍ଡି-କନ୍ଧମାଳ ସୀମା ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ବୁଧବାର ସକାଳ ୧୧ଟା ସମୟରେ ମାଓ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ମିଳିତ ଅପରେସନ କରିଥିଲେ।

ସର୍ଚ୍ଚ ଅପରେସନ ବେଳେ ୭ଟି ମାଓକ୍ୟାମ୍ପ ଠାବ କରାଯାଇଥିବାବେଳେ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ମୂରଲୀ ଓ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମାଣ୍ଡର ନିଖିଳ ଖସି ପଳାଇବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ମଧ୍ୟ କଳାହାଣ୍ଡି ଓ କନ୍ଧମାଳ ସୀମାରେ ଉଭୟ ପଟରୁ କୁମ୍ବିଂ ଜୋରଦାର କରାଯାଇଛି । ଦୁଇ ଶହୀଦଙ୍କ ପାର୍ଥିବ ଶରୀରକୁ ଭବାନୀପାଟଣା ରିଜର୍ଭ ପଡିଆରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏହି ସମୟରେ ପୋଲିସ ଡିଜି ଅଭୟ, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମଦ ଖାଁ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ, ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ମୃତ ୫ ମାଓବାଦୀଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details