ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତର ସିନ୍ଧିଭଟ୍ଟା ଓ ଥୁଆଙ୍ଗପଦର ଗାଁରରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀର ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା । ଆହତଙ୍କ ମଧ୍ୟରୁ କେତେଜଣ ଲାଞ୍ଜିଗଡ଼ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଦୀର୍ଘ ୨୦ ବର୍ଷ ହେଲା ସିନ୍ଧିଭଟ୍ଟା ଗ୍ରାମବାସୀ ଗାଁ ନକଟରେ ଥିବା ଜଙ୍ଗଲରେ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ସେଠାରୁ ୬ କିଲୋମିଟର ଦୂରରେ ଥିବା ଲାଖବାହାଳି ପଞ୍ଚାୟତର ଥୁଆଙ୍ଗପଦର ଗ୍ରାମବାସୀ ମଧ୍ୟ ଆଜକୁ ୨ ବର୍ଷ ହେଲା ସେହି ଜଙ୍ଗଲରେ ଚାଷ କରିବା ଆରମ୍ଭ କଲେ । ସେହି ଦିନ ଠାରୁ ଉଭୟ ଗାଁ ମଧ୍ୟରେ ବଚସା ଲାଗି ରହୁଥିଲା । ଏହାକୁ ନେଇ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋହ୍ଲାର ଉଭୟ ଗ୍ରାମବାସୀଙ୍କୁ ଥାନାକୁ ଡକାଇ ସମାଧାନ କରି ସେହି ଜଙ୍ଗଲରେ ଉଭୟ ଗାଁର ଲୋକେ ଚାଷ ନ କରିବା ପାଇଁ କହିଥିଲେ ଓ ଗାଁ ଲୋକେ ମଧ୍ୟ କେହି ଯାଉନଥିଲେ ।